ଅପ୍‌ଡେଟର ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅପ୍‌ଡେଟର ସିର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଇଂଟିଗ୍ରେଟେଡ୍ ଫାସିିଲିଟି ମ୍ୟାନେଜମେଂଟ୍‌ରେ ଅପ୍‌ଡେଟର ହେଉଛି ଦ୍ୱିତୀୟ ସର୍ବବୃହତ ସଂସ୍ଥା ଏବଂ ଶିଳ୍ପକୁ ଏହା ବିବିଧ ପ୍ରକାରର ସେବା ପ୍ରଦାନ କରୁଥିବାରୁ ସ୍ୱତନ୍ତ୍ର ଭାବେ ଅଗ୍ରଣୀ ସ୍ଥାନରେ ରହିଛି ।
କଂପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ପାଣ୍ଠି ହାସଲ କରିବାକୁ ଲକ୍ଷ୍ୟ ରଖିଛି । କଂପାନି ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ୧୩,୩୦୦,୦୦୦ ଇକ୍ୱିଟି ସେୟାର ଉପଲବ୍ଧ କରାଇବ ।
ଏଥିରୁ ମିଳିବାକୁ ଥିବା ପାଣ୍ଠିକୁ କଂପାନି ଏହି ଲକ୍ଷ୍ୟଗୁଡ଼ିକ ହାସଲ କରିବା ଲାଗି ବ୍ୟବହାର କରିବ, ୧) କଂପାନି ହାସଲ କରିଥିବା ୧୩୩ କୋଟି ଟଙ୍କା ଋଣର କିଛି ଅଂଶ ପରିଶୋଧ କରିବା କିମ୍ବା ଆଗୁଆ ଶୁଝିବା, ୨) ୧୫୫ କୋଟି ଟଙ୍କାର ପୁଂଜି ବ୍ୟୟ ପାଇଁ ପାଣ୍ଠି ହାସଲ କରିବା, ୩) ୮୦ କୋଟି ଟଙ୍କାର ଅର୍ଗାନିକ୍ ଅଭିଯାନ ଏବଂ ୪) ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବା ।
ଅଫର ଫର ସେଲ୍‌ରେ ଥିବା ୧୩,୩୦୦,୦୦୦ ଇକ୍ୱିଟି ସେୟାର ମଧ୍ୟରୁ ଟାଙ୍ଗି ଫାସିଲିଟି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ପ୍ରମୋଟର ଗ୍ରୁପ୍‌)ର ୬,୬୫୦,୦୦୦ ସେୟାର ଏବଂ ବିଜନେସ୍ ଏକ୍ସଲେନ୍‌ସ ଫଣ୍ଡ୍‌-୨ର ୧,୩୩୦,୦୦୦ ଇକ୍ୱିଟି ସେୟାର ଓ ବିଜନେସ ଏକ୍ସଲେନ୍ସ ଫଣ୍ଡ୍‌-୨ଏର ୫,୩୨୦,୦୦୦ ଇକ୍ୱିଟି ସେୟାର ରହିଛି ।
ଏହି ଆଇପିଓ ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଏସବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।
କଂପାନି ଏହାର ସହାୟକ ସଂସ୍ଥା ମାଟ୍ରିକ୍ସ ଜରିଆରେ ଅଡିଟ୍ ଓ ଆସ୍ୟୁରାନ୍ସ ସେବା ପ୍ରଦାନ କରୁଛି । ସହାୟକ ସଂସ୍ଥା ଦେନାବେ ଆଣ୍ଡ୍ ଏଥେନା ଜରିଆରେ ଏହା ବିକ୍ରି ସେବା ପ୍ରଦାନ କରୁଥିବା ବେଳେ ସହାୟକ ସଂସ୍ଥା ଆଭନ ଜରିଆରେ ମେଲ୍‌ରୁମ୍ ପରିଚାଳନା ସେବା ପ୍ରଦାନ କରୁଛି ।
ଏଫ୍‌ଆଣ୍ଡ୍‌ଏସ୍ ରିପୋର୍ଟ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ନିଜ ଶିଳ୍ପ ମାଟ୍ରିକ୍ସ ୫.୭% ବଜାର ଅଂଶ ସହ ତୃତୀୟ ସର୍ବବୃହତ କଂପାନି ହୋଇଥିବା ବେଳେ ଦେନାବେ ୧୫.୪ ପ୍ରତିଶତ ବଜାର ଅଂଶ ସହ ସର୍ବବୃହତ ଏବଂ ଆଭନ ୧୫.୫ ପ୍ରତିଶତ ବଜାର ଅଂଶ ସହ ବଜାରର ଅଗ୍ରଣୀ ସଂସ୍ଥା ।

Share

Leave a Reply

Your email address will not be published. Required fields are marked *

twelve − 9 =