ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ

-ରାଜ୍ୟସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପବ୍ଲିକ୍ ଏଂଟରପ୍ରାଇଜେସ୍‌, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇଙ୍କ ଦ୍ୱାରା ଉଦ୍‌ଘାଟନ
-ମାନତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୦୦୦ ବର୍ଗଫୁଟର ବିଲ୍ଡିଂ ଉଦ୍‌ଘାଟିତ
-ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ ଉଦ୍‌ଘାଟିତ
କଳିଙ୍ଗନଗର: ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ମାନତିରା ଗ୍ରାମରେ ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ (ଏମ୍‌ପିଏଚ୍‌ୟୁ) ଏବଂ ମାନତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ନୂତନ ନିର୍ମାଣ ହୋଇଥିବା ବିଲ୍ଡିଂ ଉତ୍ସର୍ଗ କରିଛି ।
ଏହି ପ୍ରକଳ୍ପଗୁଡିକୁ ରାଜ୍ୟସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପବ୍ଲିକ୍ ଏଟଂରପ୍ରାଇଜେସ୍‌, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇ ଉଦ୍‌ଘାଟନ କରିଥିବାବେଳେ ଟାଟା ଷ୍ଟିଲର ଓଡିଶା ସିଏସ୍‌ଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ମାନତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଜତା ରାଣୀ ଧଳ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ସମେତ ମାନତିରା ଗ୍ରାମ ପଂଚାୟତର ସଦସ୍ୟମାନେ ଉପସ୍ଥିତ ଥିଲେ ।
କଲେଜରେ ୭୦୦୦ ବର୍ଗଫୁଟର ବିଲ୍ଡିଂରେ ୨ଟି ଶ୍ରେଣୀଗୃହ, ଗୋଟିଏ ଲାଇବ୍ରେରୀ ଏବଂ ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ର ଅଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା କମ୍ପ୍ୟୁଟର ସେଂଟର ସ୍ଥାପିତ ହୋଇଥିବାବେଳେ ଏହା ନିଟ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ହେବ ଏବଂ ନିକଟସ୍ଥ ୬ଟି ଗ୍ରାମ ପଂଚାୟତରେ ରହୁଥିବା ଛାତ୍ରମାନଙ୍କୁ କଥିତ ଇଂରାଜୀ କ୍ଲାସ୍ ସହିତ ବେସିକ୍ ତଥା ଆଡଭାନ୍ସ କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଦାନ କରାଯିବ ।
ଏହି ଅବସରରେ ଅତିଥିଙ୍କ ଦ୍ୱାରା ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ (ଏମପିଏଚୟୁ)ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । କଳିଙ୍ଗନଗର ଏବଂ ଆଖପାଖରେ ଥିବା ୧୮ ଗ୍ରାମ ପଂଚାୟତ ଯଥା ପଙ୍କପାଳ, ମାନତିରା, ଖପୁରିଆପଦା, କୁମ୍ବିରଗାଡିଆ, ଜଖପୁରା, ମଙ୍ଗଳପୁର, ଗୋବରଘାଟି, ଚାନ୍ଦିଆ, ସନସାଇଲୋ, ଓଳିଆ, ଡୁବୁରୀ, ବାରଗାଡିଆ, ସାରଙ୍ଗପୁର, ତ୍ରିଜଙ୍ଗା, ଓଲ୍ଲଳ, ସାଳିଜଙ୍ଗା ଏବଂ ରଣାଗୁଣ୍ଡିରେ ବାସ କରୁଥିବା ଲୋକ ଏମ୍‌ପିଏଚ୍‌ୟୁ ଦ୍ୱାରା ଉପକୃତ ହେବେ ।

ଜଣେ ଡାକ୍ତର, ପାଂଚ ଜଣ ପାରାମେଡିକ୍ ଏବଂ ସପୋର୍ଟ ଷ୍ଟାଫ୍ ସହିତ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ ସ୍ଥାନୀୟ ଅଂଚଳର ଲୋକଙ୍କୁ ମାଗଣା ପରାମର୍ଶ, ଅନୁସନ୍ଧାନ, ପରାମର୍ଶ ଏବଂ ଔଷଧ ପ୍ରଦାନ କରିବ । ଏହି ପଦକ୍ଷେପ ସହିତ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ପ୍ରତିଷେଧକ, ପ୍ରୋତ୍ସାହନମୂଳକ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ସେମାନଙ୍କ ଆଚରଣ ପରିବର୍ତନ, ସ୍ୱାସ୍ଥ୍ୟ ଆଚରଣରେ ଉନ୍ନତି ଆଣିବା, ଅଣ ସଂକ୍ରାମକ ରୋଗର ଚିହ୍ନଟ ଓ ଋତୁକାଳୀନ ରୋଗ ଉପରେ ସଚେତନତା ଏବଂ ଏହାର ପ୍ରତିଷେଧକ ଉପରେ ପଦକ୍ଷେପ ନେବାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଲକ୍ଷ୍ୟ ରଖିଛି ।
ସୁକିନ୍ଦାର ସବଳ ପ୍ରଶିକ୍ଷଣ କେନ୍ଦ୍ରର ପାଂଚଜଣ ଭିନ୍ନକ୍ଷମ ପ୍ରଶିକ୍ଷାର୍ଥୀ ଏବଂ ଡୁବୁରୀ ସ୍ଥିତ ନିଟ କେନ୍ଦ୍ରରୁ ଉତିର୍ଣ ହୋଇଥିବା ପାଂଚଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ବଂଟନ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

nine − two =