ସୋଲିନି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡୁଆଲ୍‌-ଡିଗ୍ରି ପାଇଁ ମେଲ୍‌ବୋର୍ଣ୍ଣ ବିଶ୍ୱବିଦ୍ୟାଳୟ ସହିତ ସହଯୋଗିତା

ଭୁବନେଶ୍ୱର: ଡୁଆଲ୍‌-ଡିଗ୍ରି କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ବୁଝାମଣା ଭାବେ ଭାରତର ଶ୍ରେଷ୍ଠ ର‌୍ୟାଙ୍କ୍‌ର ବିଶ୍ୱବିଦ୍ୟାଳୟ ସୋଲିନି ବିଶ୍ୱବିଦ୍ୟାଳୟ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟ ସହ ସହଯୋଗିତା ସ୍ଥାପନ କରିଛି । ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟ ସହିତ ହାତ ମିଳାଇବାରେ ସୋଲିନି ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଭାରତୀୟ ଘରୋଇ ବିଶ୍ୱବିଦ୍ୟାଳୟ । ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ସହଯୋଗିତା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଓ ନବସୃଜନର ନୂଆ ମାନଦଣ୍ଡ ନିର୍ଧାରଣ କରିବ ।
ଟାଇମ୍‌ସ ହାୟର ଏଜୁକେସନ୍ ୱାର୍ଲଡ୍ ର‌୍ୟାଙ୍କିଙ୍ଗ୍‌ରେ ସୋଲିନି ବିଶ୍ୱବିଦ୍ୟାଳୟ ଭାରତର ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିବା ବେଳେ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟ ହେଉଛି ଅଷ୍ଟ୍ରେଲିଆର ଏକ ନମ୍ବର ଓ ବିଶ୍ୱର ୩୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ।
ବ୍ୟାଚେଲର୍ ଅଫ୍ ସାଇନ୍ନସ ଆଡ୍‌ଭାନ୍ସଡ୍ (ଅନର୍ସ)ରୁ ଏହି ଡୁଆଲ୍ ଡିଗ୍ରି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ପାଠ୍ୟକ୍ରମରେ ସୋଲିନି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଭୟ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସୁଯୋଗ ପାଇବେ । ପ୍ରଥମ ଦୁଇ ବର୍ଷ ସୋଲିନି ବିଶ୍ୱବିଦ୍ୟାଳୟରେ ପଢ଼ିବା ପରେ ଶେଷ ଦୁଇ ବର୍ଷକୁ ସେମାନେ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟରେ ପଢ଼ିବେ । ତୃତୀୟ ଓ ଚତୁର୍ଥ ବର୍ଷରେ ସେମାନେ କୃଷି, ସଷ୍ଟେନେବିଲିଟି ଆଣ୍ଡ୍ ଏନଭାର୍ଣ୍ଣମେଂଟ୍‌, ବାୟୋସାଇନ୍ସ ଓ କମ୍ପ୍ୟୁଟର ସାଇନ୍ସ ଭଳି ସ୍ୱତନ୍ତ୍ର ଶୃଙ୍ଖଳାରେ ପାଠପଢ଼ିପାରିବେ ।
ଏହି ସହଯୋଗିତା ସମ୍ପର୍କରେ ସୋଲିନି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅତୁଲ ଖୋସ୍‌ଲା କହିଛନ୍ତି ଯେ, “ଆନ୍ତର୍ଜାତିକ ବିଶ୍ୱବଉଦ୍ୟାଳୟରେ ପଢ଼ିବା ଲାଗି ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀମାନଙ୍କୁ ଉଲ୍ଲେଖନୀୟ ସୁଯୋଗ ପ୍ରଦାନ କରୁଥିବାରୁ ଆମେ ବହୁତ ଖୁସି । ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟ ସହିତ ଆମର ଏହି ସହଯୋଗିତା ସୋଲିନି ବିଶ୍ୱବିଦ୍ୟାଳୟର ବିଶ୍ୱସ୍ତରରେ ଥିବା ପରିଚୟକୁ ପ୍ରତିଫଳିତ କରୁଛି । ଏଥି ସିହିତ ଏହା ଆମ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୁଯୋଗର ବାଟ ଖୋଲିଛି ।’’
ମେଲ୍‌ବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ଉପ କୁଳପତି-ଗ୍ଲୋବାଲ୍‌, କଲ୍‌ଚର ଆଣ୍ଡ୍ ଏନ୍‌ଗେଜ୍‌ମେଂଟ୍ ମାଇକେଲ୍ ୱେସ୍‌ଲି କହିଛନ୍ତି ଯେ, “ଏହି ସହଯୋଗିତା ସଫଳତା ହାସଲ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ହାସଲ କରିବା ଏବଂ ଆନ୍ତର୍ଜାତିକ ପ୍ରଫେସନାଲ୍ ନେଟ୍‌ୱର୍କକୁ ଗଠନ କରିବାର ସୁଯୋଗ ପ୍ରଦାନ କରିବ । ଏହା ହେଉଛି ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କ ସହ ଆମର ଚତୁର୍ଥ ଏବଂ କୌଣସି ଘରୋଇ ବିଶ୍ୱବିଦ୍ୟାଳୟ ସହ ପ୍ରଥମ ସହଯୋଗିତା । ଛାତ୍ରଛାତ୍ରୀମାନଙ୍କୁ ଆନ୍ତର୍ଜାତିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ବର୍ତମାନ କନେକ୍ଟେଡ୍ ଦୁନିଆ ଲାଗି ପ୍ରସ୍ତୁତ କରିବା ପାଇଁ ସୋଲିନି ବିଶ୍ୱବିଦ୍ୟାଳୟ ସହ କାର୍ଯ୍ୟ କରୁଥିବାରୁ ଆମେ ଉଲ୍ଲସିତ ।’’

Share

Leave a Reply

Your email address will not be published. Required fields are marked *

five × four =