ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ରୁପେ ନେଟ୍‌ୱର୍କରେ ଭାରତର ପ୍ରଥମ କର୍ପୋରେଟ କ୍ରେଡିଟ୍ କାର୍ଡ “ଇ-ସ୍ୱର୍ଣ୍ଣ” ଉନ୍ମୋଚିତ

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ରୁପେ ନେଟୱାର୍କରେ ଭାରତର ପ୍ରଥମ କର୍ପୋରେଟ୍ କ୍ରେଡିଟ୍ କାର୍ଡ “ଇଣ୍ଡସଇଣ୍ଡ ବ୍ୟାଙ୍କ ଇ-ସ୍ୱର୍ଣ୍ଣ”ର ଶୁଭାରମ୍ଭ କରାଯାଇଛି । କର୍ପୋରେଟ୍ କ୍ରେଡିଟ୍ କାର୍ଡ ସହିତ ୟୁପିଆଇ କାର୍ଯ୍ୟକାରିତାକୁ ସମନ୍ୱିତ କରିବାରେ ଇଣ୍ଡସଇଣ୍ଡ ବ୍ୟାଙ୍କ ଦେଶର ପ୍ରଥମ ବ୍ୟାଙ୍କ । ଏହି କାର୍ଡ ବ୍ୟବସାୟୀ ଆଉଟଲେଟଗୁଡିକରେ ସୁରୁଖୁରୁରେ କାରବାର କରିବ ଏବଂ ଉପଭୋକ୍ତାଙ୍କୁ ୟୁପିଆଇ ଆପ୍ଲିକେସନ୍ ସହିତ କାର୍ଡ ଲିଙ୍କ୍ କରି ୟୁପିଆଇ ଦେୟ କରିବାର ସୁବିଧା ପ୍ରଦାନ କରୁଛି ।
ରୁପେ ନେଟୱାର୍କରେ ଥିବା ଇଣ୍ଡସଇଣ୍ଡ ବ୍ୟାଙ୍କ ଇ-ସ୍ୱର୍ଣ୍ଣ କ୍ରେଡିଟ୍ କାର୍ଡରେ ଅନେକ ସ୍ୱତନ୍ତ୍ର ସୁବିଧା ଏବଂ ପୁରସ୍କାର ରହିଛି । ଇଣ୍ଡସଇଣ୍ଡ ବ୍ୟାଙ୍କ ଇ-ସ୍ୱର୍ଣ୍ଣ କ୍ରେଡିଟ୍ କାର୍ଡଧାରୀମାନେ ଏକ ବିଳାସପୂର୍ଣ୍ଣ ଭ୍ରମଣ ଅନୁଭୂତି ପାଇିପାରିବେ, ଯେଉଁଥିରେ ଲାଉଞ୍ଜ ପ୍ରବେଶ ଏବଂ ଇନ୍ଧନ ସରଚାର୍ଜ ଛାଡ଼ ଭଳି ସୁବିଧା ଅନ୍ତର୍ଭୁକ୍ତ । କର୍ପୋରେଟ ଯାତ୍ରୀମାନେ ବ୍ୟାପକ ଭ୍ରମଣ ବୀମା କଭରେଜ୍ ଏବଂ କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ରିୱାର୍ଡ କାର୍ଯ୍ୟକ୍ରମର ଅତିରିକ୍ତ ଲାଭ ପାଇପାରିବେ ଯାହା ଏହି କ୍ରେଡିଟ୍ କାର୍ଡକୁ ବିଭିନ୍ନ ବ୍ୟବସାୟିକ କାରବାର ପାଇଁ ଏକ ମୂଲ୍ୟବାନ ଆର୍ôଥକ ସମାଧାନରେ ପରିଣତ କରିଛି ।
ଇଣ୍ଡସଇଣ୍ଡ ବ୍ୟାଙ୍କର ଉପଭୋକ୍ତା ବ୍ୟାଙ୍କିଙ୍ଗ୍ ଓ ମାର୍କେଟିଂ ମୁଖ୍ୟ ସୌମିତ୍ର ସେନ କହିଛନ୍ତି ଯେ, “ଇଣ୍ଡସଇଣ୍ଡ ବ୍ୟାଙ୍କରେ ଆମେ ସବୁବେଳେ ଗ୍ରାହକଙ୍କ ଆଶାଠାରୁ ଅଧିକ ସେବା ପ୍ରଦାନ କରିବା ପାଇଁ ଏକ ପାଦ ଆଗରେ ରହିବାକୁ ବିଶ୍ୱାସ କରୁ । ରୁପେ ନେଟୱାର୍କରେ ଭାରତର ପ୍ରଥମ “କର୍ପୋରେଟ୍ କ୍ରେଡିଟ୍ କାର୍ଡ”ର ପ୍ରଚଳନ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବାରେ ଆମର ନିରନ୍ତର ପ୍ରୟାସର ପ୍ରମାଣ । ଏହି କ୍ଷେତ୍ର ବିଷୟରେ ଆମର ଗଭୀର ବୁଝାମଣାରୁ ଏହି ଉତ୍ପାଦ ଆସିଛି ଏବଂ ଆମେ ଭାରତୀୟ ପେସାଦାର ଏବଂ ବ୍ୟବସାୟୀମାନଙ୍କ ପାଇଁ ଏକ ଆକର୍ଷଣୀୟ ସୁବିଧା ଆଣିଥିବାରୁୁ ଆନନ୍ଦିତ, ଯେଉଁମାନେ ବ୍ୟାପକଭାବେ ଯାତ୍ରା କରନ୍ତି ଏବଂ ଯେଉଁମାନଙ୍କ ପାଇଁ ଜୀବନଶୈଳୀ ସମ୍ବନ୍ଧୀୟ ମୂଲ୍ୟ ସଂଯୋଜିତ ଲାଭର ଆବଶ୍ୟକତା ଅଛି । ଭ୍ରମଣ, ସୁସ୍ଥତା ଏବଂ ଜୀବନଶୈଳୀ ସମେତ ବିଭିନ୍ନ ବର୍ଗରେ ଅତୁଳନୀୟ ଅନୁଭୂତି ଏବଂ ଲାଭ ପ୍ରଦାନ କରି ଏହି କାର୍ଡ ସେମାନଙ୍କ ଜୀବନଶୈଳୀ ଆବଶ୍ୟକତାକୁ ପୂରଣ କରୁଛି । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଏହି କାର୍ଡ ଉପଭୋକ୍ତାଙ୍କ ଅଭିଜ୍ଞତା, ସ୍ୱତନ୍ତ୍ରତା ଏବଂ ନିୟୋଜନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ ।”
ଏନପିସିଆଇର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରବୀଣା ରାୟ କହିଛନ୍ତି ଯେ, “ରୁପେ ଏହାର ଅତ୍ୟାଧୁନିକ କାର୍ଡ ପେମେଂଟ୍ ନେଟୱାର୍କ ମାଧ୍ୟମରେ ଭାରତର ଦେୟ ଭିତିିଭୂମିକୁ ଆଗକୁ ବଢ଼ାଇବାରେ ଅଗ୍ରଣୀ ରହିଛି । ରୁପେ ଉପରେ ଦେଶର ପ୍ରଥମ କର୍ପୋରେଟ୍ କାର୍ଡ ଇସ୍ୱର୍ଣ୍ଣ ଶୁଭାରମ୍ଭ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଅନନ୍ୟ କର୍ପୋରେଟ୍ ଅଫର, ସୁବିଧା ଏବଂ ନିରବଚ୍ଛିନ୍ନ ୟୁପିଆଇ-ସକ୍ଷମ ଦେୟ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ବୃହତ କର୍ପୋରେଟ୍ ଏବଂ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ସାମଗ୍ରିକ ଅଭିଜ୍ଞତାକୁ ଉନ୍ନତ କରିବ, ସରଳତା ଏବଂ ଦକ୍ଷତା ଦ୍ୱାରା ଚିହ୍ନିତ ଏକ ଅତୁଳନୀୟ ଉପଭୋକ୍ତା ଅଭିଜ୍ଞତା ପ୍ରଦାନ କରିବ । ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ ସମାଜ ପାଇଁ ଏନପିସିଆଇର ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଇଣ୍ଡସଇଣ୍ଡ ବ୍ୟାଙ୍କ ସହିତ ଆମର ସହଯୋଗ କର୍ପୋରେଟ୍ ଡିଜିଟାଲ କାରବାରର ଭବିଷ୍ୟତ ପାଇଁ ଆମର ଉତ୍ସାହକୁ ପ୍ରୋତ୍ସାହିତ କରୁଛି ।”

Share

Leave a Reply

Your email address will not be published. Required fields are marked *

fourteen − seven =