ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ “ଇଣ୍ଡି’ର ଶୁଭାରମ୍ଭ

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଆଜି ନୂଆ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ “ଇଣ୍ଡି’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଏକ ନୂଆ ମୋବାଇଲ୍ ବ୍ୟାଙ୍କିଙ୍ଗ ଆପ୍ ଯାହା ଡିଜିଟାଲ୍ ପ୍ରେମୀ ଓ ଉନ୍ନତ ଡିଜିଟାଲ୍ ଅନୁଭବ ଚାହୁଥିବା ଗ୍ରାହକମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ । ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ସେବା ପ୍ରଦାନ କରିବା ଲାଗି ଏହା ଉନ୍ନତ ଆନାଲିଟିକ୍ସକୁ ବ୍ୟବହାର କରିବ । ଏହି ଆପ୍‌ରେ ଏଭଳି ଅନେକ ସୁବିଧା ମିଳିବ ଯାହା ଶିଳ୍ପରେ ପ୍ରଥମ ଯେଉଁଥିରେ ସାମିଲ ରହିଛି ଅଲ୍‌ଟ୍ରା ଫ୍ଲେକ୍ସିବଲ୍ ଉତ୍ପାଦ ଯାହାକୁ ଗ୍ରାହକମାନେ ନିଜ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିପାରିବେ ।
ଏହି ଆପ୍‌ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ଋଣ ମିଳିବ ପାରିବା ଭଳି ସୁବିଧା ରହିଛି । ଗ୍ରାହକମାନେ ନିଜ ଆବଶ୍ୟକତା ଅନୁସାରେ ଯାହା ଋଣ ନେଇପାରିବେ ଏବଂ ଯେତେଦିନ ପର୍ଯ୍ୟନ୍ତ ଚାହିବେ ତାହା ଶୁଝିବା ଲାଗି ସମୟ ନେଇପାରିବେ, କିନ୍ତୁ ସେଥିପାଇଁ ସୁଧ ଦେବାକୁ ପଡ଼ିବ । ଏହି ଆପ୍‌ରେ ରିୱାର୍ଡ ପ୍ରୋଗ୍ରାମ୍ ମଧ୍ୟ ରହିଛି ଯେଉଁଥରେ ଟପ୍ ବ୍ରାଣ୍ଡ୍‌ଗୁଡ଼ିକରେ ସପିଂଙ୍ଗ କଲେ ୩% ପର୍ଯ୍ୟନ୍ତ ରିୱାର୍ଡ ମିଳିବ । ଗ୍ରାହକମାନେ ସେହି ରିୱାର୍ଡଗୁଡ଼ିକୁ ରିଡିମ୍ କରିପାରିବେ ।
ଏହି ଆପ୍ ଜରିଆରେ ଗ୍ରାହକମାନେ ନିଜ ପସନ୍ଦର ଆକାଉଂଟ୍ ନମ୍ବର ପାଇପାରିବେ । ବାର୍ଷିକ ୬.୭୫% ସୁଧ ମିଳୁଥିବା ସଂଚୟ ଖାତା ଖୋଲିପାରିବେ, ଫିକ୍ସ ଡିପୋଜିଟ୍ ଉପରେ ବାର୍ଷିକ ୭.୮୫% ସୁଧ ପାଇପାରିବେ । ଗ୍ରାହକମାନେ ଫିକ୍ସଡ ଡିପୋଜିଟ୍‌କୁ ସଂଚୟ ଖାତା ସହ ଲିଙ୍କ୍ କରିପାରିବେ । ଗ୍ରାହକମାନଙ୍କ ସୁରକ୍ଷା ଲାଗି ନମ୍ବର ବିହୀନ ଡେବିଟ୍ କାର୍ଡ ମିଳିବ । ଅନଲାଇନ କାରବାର ପାଇଁ ଥରେ ମାତ୍ର ବ୍ୟବହାର ହେଉଥିବା ଡିସ୍‌ପୋଜେବଲ୍ ଭର୍ଚୁଆଲ୍ ଡେବିଟ୍ କାର୍ଡ ପାଇପାରିବେ । ଏଥିରେ ରହିଥିବା ସୁପର ଓଟିପି ସୁବିଧାରେ ଗ୍ରାହକମାନେ ଦୁର୍ବଳ ଇଟଂରନେଟ୍ ସଂଯୋଗ ଥିବା ସ୍ଥାନରେ ସହଜରେ ଓଟିପି ପାଇପାରିବେ ।
ଏହି ଅବସରରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସୁମନ୍ତ କାଠପାଲିଆ କହିଛନ୍ତି ଯେ, “ସମ୍ପୂର୍ଣ୍ଣ ଡିଜିଟାଲ୍ ଆର୍ଥିକ ସମାଧାନ ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଲାଗି ପ୍ରସ୍ତୁତ ବୈପ୍ଳବିକ ସୁପର ଆପ୍ ଇଣ୍ଡିକୁ ଉପସ୍ଥାପନ କରି ଆମେ ବେଶ ଆନନ୍ଦିତ । ବ୍ୟାଙ୍କର ଡିଜିଟାଲ ରଣନୀତି ୨.୦କୁ ତ୍ୱରାନ୍ୱିତ କରିବା ଦିଗରେ ଏହା ଏକ ପଦକ୍ଷେପ ଯାହା ଏକ ନିରବଚ୍ଛିନ୍ନ ଓ ବୁଦ୍ଧିମାନ ବ୍ୟାଙ୍କିଙ୍ଗ ଅନୁଭବ ପ୍ରଦାନ କରି ଆଧୁନିକ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ । ଇଣ୍ଡି କେବଳ ଏକ ଆପ୍ ନୁହେଁ, ଏହା ହେଉଛି ଆର୍ଥିକ ବନ୍ଧୁ ଯାହା ଗ୍ରାହକମାନଙ୍କୁ ସହଜରେ, ବୁଦ୍ଧିମାନ ଓ ସୁରକ୍ଷିତ ଭାବେ ଆର୍ଥିକ ଯାତ୍ରାରେ ଆଗକୁ ବଢ଼ିବାରେ ସହାୟକ ହେବ ।’’
ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ ଓ ଷ୍ଟ୍ରାଟେଜି ହେଡ୍ (ଏକ୍‌ଜିଷ୍ଟିଂ ବିଜନେସ୍‌) ଚାରୁ ସଚଦେବ ମାଥୁର କହିଛନ୍ତି ଯେ, “ଗ୍ରାହକମାନଙ୍କ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଆବଶ୍ୟକତା ଅନୁସାରେ ହେଉଥିବା ପରିବର୍ତନକୁ ଦୃଷ୍ଟିରେ ରଖି ଆମର ବିଶ୍ୱାସ ରହିଛି ଯେ ଇଣ୍ଡି ହେଉଛି ସମୟର ଆବଶ୍ୟକତା । ଆମ ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମ ନିରନ୍ତର ଉଦ୍ୟମ ଦିଗରେ ଗ୍ରାହକମାନଙ୍କ ପରିବର୍ତିତ ଆବଶ୍ୟକତାକୁ ପୂରଣ କରିବା ଲାଗି ଆର୍ଥିକ ସମାଧାନ ପ୍ରଦାନ କରିବା ଆଉ ଏକ ପଦକ୍ଷେପ । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ବିଶ୍ୱାସ ଓ ଏତିହ୍ୟ ଏବଂ ଉନ୍ନତ ପ୍ରଯୁକ୍ତିକୁ ଇଣ୍ଡି ପ୍ରଦାନ କରି ଗ୍ରାହକଙ୍କୁ ଏକ ଉତ୍କୃଷ୍ଟ ଓ ଭିନ୍ନ ଅନୁଭବ ପ୍ରଦାନ କରୁଛି ।’’

Share

Leave a Reply

Your email address will not be published. Required fields are marked *

four × 2 =