ଇଣ୍ଡେଜିନି ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଲାଇଫ୍ ସାଇନ୍ସ ଶିଳ୍ପ ଉପରେ ଗୁରୁତ୍ୱାରୋପ କରୁଥିବା କଂପାନି ଇଣ୍ଡେଜିନି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାିଛି ।
କଂପାନିର ଇନିସିଆଲ ପବ୍ଲି୍‌କ ଅଫରିଂ (ଆଇପିଓ)ର ଆକାର ହେଉଛି ୯୫୦ କୋଟି ଟଙ୍କା ଏବଂ ଅଫର ଫର ସେଲ୍‌ରେ ୩୬.୩ ନିୟୁତ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ବିକ୍ରି କରିପାରିବେ । ଅଫର ଫର ସେଲ୍‌ରେ ମନିଷ ଗୁପ୍ତା, ଡକ୍ଟର ରାଜେଶ ଭାସ୍କରନ ନାୟାର ଓ ଅନିତା ନାୟାର ୨.୭ ନିୟୁତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିପାରିବେ । ସେହିପରି, କାର୍ଲାାଇଲ, ବ୍ରିଜଟନ୍ ପାର୍କ କ୍ୟାପିଟାଲ ଏବଂ ନାଦାଥୁର ଫାମିଲି ଅଫିସ ପକ୍ଷରୁ ୩୩.୬ ନିୟୁତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରାଯିବ । ୨୦୨୧ ଫେବ୍ରୁଆରିରେ ଇଣ୍ଡିଜେନି ପକ୍ଷରୁ ଦି କାର୍ଲାଇଲ ଗ୍ରୁପ୍ ଏବଂ ବ୍ରିଜଟନ ପାର୍କ କ୍ୟାପିଟାଲ୍ ଠାରୁ ୨୦୦ ନିୟୁତ ଡଲାର ପାଣ୍ଠି ହାସଲ କରାଯାଇଥିଲା ।
ଏହି ଆଇପିଓ ଜରିଆରେ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ ଋଣ ପରିଶୋଧକରିବା, ପୁଂଜି ବ୍ୟୟ, କଂପାନିର ଅଭିବୃଦ୍ଧି ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଛଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ, ଜେପି ମୋର୍ଗାନ ଇଣ୍ଡିଆ, ନୁମୋରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ ଇଣ୍ଡିଆ ।
ପାଂଚ ଜଣ ପ୍ରଥମ ପିଢ଼ିର ଉଦ୍ୟୋଗୀ ମନିଷ ଗୁପ୍ତା, ଡକ୍ଟର ସଂଜୟ ପାରିଖ, ଡକ୍ଟର ରାଜେଶ ନାୟାର, ଗୌରବ କପୁର ଏବଂ ଆନନ୍ଦ କିରଣଙ୍କ ଦ୍ୱାରା ୧୯୯୮ରେ ଇଣ୍ଡିଜେନିକୁ ସ୍ଥାପନ କରାଯାଇଛି । କଂପାନି ଯେଉଁ ସମାଧାନ ପ୍ରଦାନ କରୁୁଛି ତାହା ବାୟୋଫାର୍ମାସ୍ୟୁଟିକାଲ୍‌, ଉଦୀୟମାନ ବାୟୋଟେକ୍ ଏବଂ ମେଡିକାଲ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକୁ ଉତ୍ପାଦ ବିକାଶ କରିବା, ତାହାକୁ ବଜାରରେ ଉନ୍ମୋଚନ କରିବା ଏବଂ ବିକ୍ରିକୁ ବଢ଼ାଇବା ଲାଗି ସକ୍ଷମ କରୁଛି । କଂପାନି ପାଖରେ ଥିବା ସମାଧାନର ପୋର୍ଟଫୋଲିଓ, ସ୍ୱାସ୍ଥ୍ୟ ସେବାର ବିଭିନ୍ନ କ୍ଷେତ୍ରରେ ବିଶେଷତା ସମେତ ନୂଆ ପିଢ଼ିର ଉଦୀୟମାନ ପ୍ରଯୁକ୍ତିର ବ୍ୟବହାର ଯୋଗୁ ଲାଇଫ୍ ସାଇନ୍ସର ବାଣିଜ୍ୟିକୀକରଣ ପ୍ରକ୍ରିୟାର ବିଭିନ୍ନ ପ୍ରକ୍ରିୟା ପ୍ରଭାବୀ ଭାବେ ଆଧୁନିକୀକରଣ ଏବଂ ଡିଜିଟାଇଜ୍ ହୋଇପାରିଛି ।
ଅଧିଗ ଗ୍ରହଣ ଜରିଆରେ ମୂଲ୍ୟ ସୃଷ୍ଟି କରିବାର ଏକ ପରମ୍ପରା ଇଣ୍ଡିଜେନିର ରହିଛି । ଏହା ଆମେରିକାର କଲ୍‌ଟହେଲ୍‌ଥ, ମେଡିକାଲ୍ ମାର୍କେଟିଂ ଇକୋନମକ୍ଟଳର ଏବଂ ବ୍ରିଟେନର ଡିଟି ଆସୋସିଏଟ୍‌ସକୁ ଅଧିଗ୍ରହଣ କରିଛି । ଏହା ଶୁଭାରମ୍ଭ ହେବା ପରଠାରୁ ୧୧ଟି କଂପାନିକୁ କିଣିଛି । ୨୦୨୨ ଜୁନ୍ ସୁଦ୍ଧା କଂପାନି ପାଖରେ ୫୨ ସକ୍ରିୟ କ୍ଲାଏଂଟ୍ ରହିଛନ୍ତି । ଏହାର ୬୬% ରାଜସ୍ୱ ଉତର ଆମେରିକା, ୨୭% ୟୁରୋପର ଏବଂ ୭% ଦୁନିଆର ଅନ୍ୟାନ୍ୟ ପ୍ରାନ୍ତରୁ ଆସୁଛି । ଏହାର ଆମେରିକା, ୟୁରୋପ ଏବଂ ଏସିଆରେ ୧୬ଟି କାର୍ଯ୍ୟାଳୟ ରହିଛି । ୨୦୨୧-୨୨ରେ କଂପାନିର ରାଜସ୍ୱ ପରିମାଣ ୧୬୬୫ କୋଟି ଟଙ୍କା ଥିଲା ।

Share

Leave a Reply

Your email address will not be published. Required fields are marked *

six − 4 =