ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବରରେ ୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୩ ସେପ୍ଟେମ୍ବରରେ ୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରାଯାଇଛି ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ । ୨୦୨୨ ସେପ୍ଟେମ୍ବର ବିକ୍ରି ତୁଳନାରେ କଂପାନି ୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ବର୍ଷ ସେହି ସମାନ ସମୟରେ କଂପାନି ୫,୨୬,୯୯୮ ଗାଡ଼ି ବିକ୍ରି କରିଛି । ଘରୋଇ ବଜାରରେ କଂପାନି ୪,୯୧,୮୦୨ ଗାଡ଼ି ବିକ୍ରି କରିଥିବା ବେଳେ ୩୫,୧୯୬ ଗାଡ଼ି ରପ୍ତାନି କରିଛି । କଂପାନିର ରପ୍ତାନିରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି ।
୨୦୨୩ ସେପ୍ଟେମ୍ବରରେ କଂପାନି ଅନେକ ଉପଲବ୍ଧି ହାସଲ କରିଥିଲା । ଏହି ମାସରେ କଂପାନି ଭାରତର ଅନ୍ୟତମ ଲୋକପ୍ରିୟ ଫୁଟବଲ୍ କ୍ଲବ୍ ମୋହନ ବଗାନ୍ ସୁପର ଜାଏଂଟସ ସହ ସହଯୋଗିତା ସ୍ଥାପନ କରିଥିଲା । ଇଣ୍ଡିଆନ ସୁପର ଲିଗ୍ ୨୦୨୩-୨୪ରେ ୧୧ ମାସ ପାଇଁ ଏହି ସହଯୋଗିତା ସ୍ଥାପନ ହୋଇଛି ।
ଉତ୍ପାଦ ମଧ୍ୟରେ କଂପାନି ପକ୍ଷରୁ ସେପ୍ଟେମ୍ବରରେ ଏହାର ପ୍ରିମିୟମ୍ ମୋଟରସାଇକଲ୍ ଗୋଲ୍ଡ ୱିଙ୍ଗ ଟୁର୍‌ର ବୁକିଂ ଶୁଭାରମ୍ଭ କରାଯାଇଛି । ଏଥି ସହିତ କଂପାନି ଆକ୍ଟିଭା ଲିମିଟେଡ୍ ଏଡିସନ୍‌, ଏସ୍‌ପି ୧୨୫ ସ୍ପୋର୍ଟସ୍ ଏଡିସନ୍ ଓ ହର୍ନେଟ୍ ୨.୦ର ରେପ୍‌ସଲ୍ ଏଡିସନ୍ ଓ ଡିଓ ୧୨୫କୁ ଉନ୍ମୋଚନ କରାଯାଇଛି । କଂପାନି ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ସିବି୩୦୦ଏଫ୍ ଓ ସିବି୨୦୦ଏକ୍ସକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ଓଡ଼ିଶାର ବ୍ରହ୍ମପୁର ସମେତ ମହାରାଷ୍ଟ୍ରର ଥାନେ, ଛତିଶଗଡ଼ର ବିଳାସପୁର, ଉତରପ୍ରଦେଶର ଗୋରଖପୁର, ଗୁଜରାଟର ଜାମନଗର, ପଂଜାବର ଲୁଧିଆନା, ମହାରାଷ୍ଟ୍ରର ପୁନେ, ବିହାରର ସମଷ୍ଟିପୁର, ଆନ୍ଧ୍ରପ୍ରଦେଶର ଗୁଡ଼ିବଡ଼ା, ତାମିଲନାଡୁର ମଦୁରାଇ, ପଶ୍ଚିମବଙ୍ଗର ମିଦନାପୁର, ରାଜସ୍ଥାନର ଜୟପୁର, କର୍ଣ୍ଣାଟକର ଦେବନଗରୀରେ କଂପାନି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଆୟୋଜନ କରାଯାଇଥିଲା ।
ସିଏସ୍‌ଆର୍ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନକୁ ରାଜସ୍ଥାନ ସରକାର ବ୍ରହ୍ମଶାହ ପୁରସ୍କାର ପ୍ରଦାନ କରିଥିଲେ । ଇଣ୍ଡିଆନ ଗ୍ରାଣ୍ଡ୍ ପ୍ରିକ୍ସରେ ମଧ୍ୟ ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଚାଳକ ମାର୍କ ମାକ୍ୱେର୍ଜ୍ ସଫଳତା ହାସଲ କରିଥିଲେ । ଜୋଆନ୍ ମିର ପଂଚମ ସ୍ଥାନରେ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

eight + two =