ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସଡ଼କ ସୁରକ୍ଷା ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ଭବିଷ୍ୟତ ପିଢ଼ିର ମନସ୍ତାତ୍ୱିକ ବିକାଶ ପ୍ରକଳ୍ପର ଅଂଶ ସ୍ୱରୂପ ଗୁରୁଗ୍ରାମର ନୌରଙ୍ଗପୁର ସ୍ଥିତ ହୋଣ୍ଡା ସାମାଜିକ ବିକାଶ କେନ୍ଦ୍ରରେ ସ୍କୁଲର ପ୍ରିନ୍ସିପାଲ୍ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଦୁଇ ସଡ଼କ ସୁରକ୍ଷା ସମ୍ମିଳନୀ ଆୟୋଜନ କରାଯାଇଛି । ସେଥିରେ ୪୫୦ରୁ ଅଧିକ ସ୍କୁଲ ପ୍ରିନସିପାଲ ଓ ୨୫୦ରୁ ଅଧିକ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ଏଚଏମଏସଆଇର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁସ୍ତୁମୁ ଓଟାନି, ମାନବ ସମ୍ବଳ, ପ୍ରଶାସନ, ଆଇଟି ଓ କର୍ପୋରେଟ ସେବାର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ବିନୟ ଢିଙ୍ଗରା, ଗୁରୁଗ୍ରାମର ଏଚସିଏସ୍ ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ରବିନ୍ଦର ଯାଦବ ଯୋଗ ଦେଇଥିଲେ ।
ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ସୁସ୍ତୁମୁ ଓଟାନି କହିଛନ୍ତି ଯେ, “ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆରେ ଆମେ ଯୁବ ମାନସିକତାକୁ ଗଢ଼ିତୋଳିବା ପାଇଁ ଶିକ୍ଷାର ପରିବର୍ତନଶୀଳ ଶକ୍ତିରେ ବିଶ୍ୱାସ କରୁଛୁ । ଆମର ଚାଲିଥିବା ମାନସିକତା ବିକାଶ ପ୍ରକଳ୍ପ ଆମର ସମର୍ପଣର ପ୍ରମାଣ ଯାହା ଛୋଟ ବେଳୁ ଏକ ନିରାପତା-ପ୍ରଥମ ଆଭିମୁଖ୍ୟ ସୃଷ୍ଟି କରୁଛି । ବିଦ୍ୟାଳୟ ମାନଙ୍କ ସହ ସହଯୋଗ ମାଧ୍ୟମରେ ଯୁବପିଢିଙ୍କୁ ଜ୍ଞାନ ଓ ଶୃଙ୍ଖଳାରେ ସଶକ୍ତ କରି ଏକ ଶୂନ୍ୟ ଦୁର୍ଘଟଣାର ସମାଜ ଗଠନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଶିକ୍ଷକଶିକ୍ଷୟିତ୍ରୀ ଓ ପ୍ରିନସିପାଲ୍‌ଙ୍କ ସହଯୋଗରେ ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କୁ ସଚେତନ କରିବା, ସଡ଼କ ସୁରକ୍ଷାକୁ ସେମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ପରିଣତ କରିବା ଆମର ଲକ୍ଷ୍ୟ ।”
ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ୍ ସ୍କୁଟର ଇଣ୍ଡିଆର ଆଇଟି ଓ କର୍ପୋରେଟ୍ ଆଫେୟାର୍ସର ବରିଷ୍ଠ ନିର୍ଦ୍ଦେଶକ ବିନୟ ଢିଙ୍ଗରା କହିଛନ୍ତି ଯେ, “ଆମେ ଭାରତର ସଡ଼କ ସୁରକ୍ଷାର ଆହ୍ୱାନପୂର୍ଣ୍ଣ ଦୃଶ୍ୟପଟ ଦେଇ ଗତି କରୁଥିବା ବେଳେ ଉଦବେଗଜନକ ପରିସଂଖ୍ୟାନର ସମାଧାନ କରିବା ଏବଂ ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ଶୃଙ୍ଖଳାର ଭାବନା ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି । ଏଚଏମଏସଆଇରେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ସମାଜ ଗଠନ ଉପରେ ଆମର ଧ୍ୟାନ ରହିଛି । ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି କରି ଆମେ ସମାଜରେ ଏକ ସକାରାତ୍ମକ ପରିବର୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛୁ । ସ୍କୁଲ ପ୍ରିନ୍‌ସିପାଲଙ୍କ ସମର୍ଥନରେ ଆମେ ଏକାଠି ହୋଇ ଭାରତ ପାଇଁ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଭବିଷ୍ୟତ ଗଠନ କରିବାକୁ ଆଶା କରୁଛୁ ଯେଉଁଠାରେ ସଡ଼କ ସୁରକ୍ଷା କେବଳ ଏକ ନିୟମ ନୁହେଁ ବରଂ ଜୀବନଶୈଳୀ ହେବ ।”

Share

Leave a Reply

Your email address will not be published. Required fields are marked *

four × 2 =