ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପ ଉନ୍ମୋଚିତ; ପ୍ରଥମ ୧୦୦ ଗ୍ରାହକଙ୍କ ପାଇଁ ବୁକିଂ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆନ୍ତର୍ଜାତିକ ଟୁରର ବାଇକ୍ ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପକୁ ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦,୯୯,୯୯୦ ଟଙ୍କା (ଏକ୍ସ ସୋ’ରୁମ୍‌, ଗୁରୁଗ୍ରାମ) । ଭିଡ଼ ଭିତରେ ଗାଡ଼ି ଚଲାଇବାଠାରୁ ଆରମ୍ଭ କରି ହିମାଳୟ ଅତିକ୍ରମ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ରାସ୍ତାରେ ଚମତ୍କାର ପ୍ରଦର୍ଶନ କରିବା ଭଳି ଏହି ବାଇକ୍‌କୁ ପ୍ରସ୍ତୁତ କରାଯାଇଛି । ଜାପାନରୁ ଏହି ବାଇକ୍ ସିବିୟୁ (କମ୍ପ୍ଲିଟ ବିଲ୍‌ଟ ୟୁନିଟ୍‌) ଭାବେ ଆସିବ ଓ ହୋଣ୍ଡାର ପ୍ରିମିୟମ୍ ବିଗ୍‌ୱିଙ୍ଗ୍ ଟପ୍‌ଲାଇନ୍ ଡିଲର୍‌ସିପ୍‌ଗୁଡ଼ିକରେ ବିକ୍ରି ହେବ ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଭାରତରେ ସମ୍ପୂର୍ଣ୍ଣ ନୂଆ ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପକୁ ଉନ୍ମୋଚନ କରି ଆମେ ଆନନ୍ଦିତ । ଆଡ୍‌ଭେଚଂର ମୋଟରସାଇକଲ୍ ବର୍ଗ ବେଶ ସମୃଦ୍ଧ ହେଉଥିବା ବେଳେ ଗ୍ରାହକମାନେ ନିଜ ବାଇକ୍‌ରେ ବିଭିନ୍ନ ସ୍ଥାନକୁ ଅନୁସନ୍ଧାନ କରିବା ଲାଗି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ସାରା ବିଶ୍ୱର ରୋମାଂଚପ୍ରେମୀମାନେ ହୋଣ୍ଡା ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପକୁ ପସନ୍ଦ କରୁଛନ୍ତି ଏବଂ ଆମର ବିଶ୍ୱାସ ରହିଛି ଯେ ଭାରତରେ ମଧ୍ୟ ଏହା ନିଶ୍ଚିତ ରୂପେ ଗ୍ରାହକମାନଙ୍କୁ ଉତ୍ସାହିତ କରିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଯେକୌଣସି ସ୍ଥାନକୁ ଯିବାର ଭାବକୁ ନେଇ ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପ ସମ୍ପୂର୍ଣ୍ଣ ରୋମାଂଚ ଟୁରିଂ ବାଇକ୍ ନୂଆ ଅବତାରରେ ଆବିର୍ଭାବ ହୋଇଛି । ଭାରତରେ ଏହି ଅସଲି ଆଡଭେଂଚର ବାଇକକୁ ଉପସ୍ଥାପନ କରି ଏଚ୍‌ଏମ୍‌ଏସ୍‌ଆଇ ବେଶ ଆନନ୍ଦିତ । ଆମର ସ୍ୱତନ୍ତ୍ର ବିଗ୍‌ୱିଙ୍ଗ୍ ଟପ୍ ଲାଇନ୍ ଡିଲର୍‌ସିପ୍‌ରେ ହୋଣ୍ଡା ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପର ବୁକିଂ ଆରମ୍ଭ ହୋଇଛି । ସ୍ୱପ୍ନର ଉଲ୍ଲାସକୁ ବାଂଟି ଏଚ୍‌ଏମ୍‌ଏସ୍‌ଆଇ ନୂଆ ଏକ୍ସଏଲ୍‌୭୫୦ ଟ୍ରାନ୍ସାଲପ୍ ସମେତ ଏହାର ଗ୍ରାହକମାନଙ୍କ ମଧ୍ୟରେ ଦକ୍ଷତା ଉନ୍ନତି କାର୍ଯ୍ୟକ୍ରମର ପରମ୍ପରାକୁ ଜାରି ରଖିବ ।’’
ହୋଣ୍ଡାର ନୂଆ ଏକ୍ସଏଲ୍‌୭୫୦ ଟ୍ରାନ୍ସାଲ୍‌ପରେ ରହିଛି ଛୋଟ ହେଡ୍‌ଲାଇଟ୍‌, ସମନ୍ୱିତ ୱିଣ୍ଡ୍‌ସ୍କ୍ରିନ୍ ଓ ବଡ଼ ଟାଙ୍କି ଯାହା ବାଇକ୍‌କୁ ଏକ ଶକ୍ତିଶାଳୀ ରୂପ ପ୍ରଦାନ କରିଥିବା ବେଳେ ଏରୋଡାଇନିକ୍ ପ୍ରଦର୍ଶନ ଏହାକୁ ଆକର୍ଷଣୀୟ କରିଛି । ଏଥିରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା, ୫ ଇଂଚ୍ ଟିଏଫ୍‌ଟି ପ୍ୟାନେଲ୍‌, ହୋଣ୍ଡା ସ୍ମାର୍ଟଫୋନ୍ ଭଏସ୍ କଂଟ୍ରୋଲ୍ ବ୍ୟବସ୍ଥା, ଜରୁରୀକାଳୀନ ଷ୍ଟପ୍ ସିଗ୍‌ନାଲ୍‌, ୭୫୫ ସିସି ଲିକ୍ୱିଡ୍ କୁଲ୍‌ଡ ଦୁଇ ସିଲିଣ୍ଡର ଇଂଜିନ ରହିଛି । ଏହା ରୋଜ୍ ହ୍ୱାଇଟ୍ ଓ ମ୍ୟାଟ୍ ବାଲିଷ୍ଟିକ୍ ବ୍ଲାକ୍ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

fourteen + 17 =