ଭାରତୀ ହେକ୍ସାକମ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ରାଜସ୍ଥାନ ଓ ଭାରତର ଉତର ପୂର୍ବାଚଂଳ ରାଜ୍ୟଗୁଡ଼ିକରେ ମୋବାଇଲ, ଫିକ୍ସଡ ଲାଇନ୍ ଟେଲିଫୋନ ଓ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାରତୀ ହେକ୍ସାକମ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି ।
ଏହି ପବ୍ଲିକ ଅଫରର ଅଫର ଫର ସେଲ୍‌ରେ ଟେଲିକମ୍ୟୁନିକେସନ୍ସ କନସଲଟାଂଟ୍‌ସ ଇଣ୍ଡିଆ ଲିମିଟେଡ୍ ୧୦୦,୦୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବ ।
ଭାରତୀ ହେକ୍ସାକମ୍ ଲିମିଟେଡ୍ “ଏୟାରଟେଲ୍‌’ ବ୍ରାଣ୍ଡ୍ ଅଧୀନରେ ଏହାର ସେବା ପ୍ରଦାନ କରୁଛି । ଗୁଣାତ୍ମକ ଗ୍ରାହକ ହାସଲ କରି ଏବଂ ବଜାୟ ରଖି ନିଜର ପୋର୍ଟଫୋଲିଓକୁ ବଢ଼ାଇବା ଏବଂ ଡାଟାରେ ଗ୍ରାହକଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରିବାର ରଣନୀତିକୁ ନେଇ କଂପାନି କାମ କରୁଛି । ଗ୍ରାହକ ସମ୍ପୃକ୍ତି ବଢ଼ାଇବା ଏବଂ ପରିବାର ମାଧ୍ୟମରେ ସୁହାଇବା ଭଳି ଅନେକ ଡିଜିଟାଲ ଅଫର ଜରିଆରେ ଗତ ତିନି ଆର୍ôଥକ ବର୍ଷ ମଧ୍ୟରେ ଏହାର ରାଜସ୍ୱ ବଜାର ଅଂଶରେ କ୍ରମାଗତ ଉନ୍ନତି ଆଣିପାରିଛି । ଭାରତୀ ହେକ୍ସାକମ୍ ଏହାର ଲାଭରେ ଉନ୍ନତି ଆଣିବା ଲାଗି ଖର୍ଚ୍ଚରେ ଉନ୍ନତି ଆଣିବା ଉପରେ କାମ କରୁଛି । ଏହା କ୍ରମାଗତ ଭାବରେ ନେଟୱାର୍କ ସମ୍ପ୍ରସାରଣ, ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଏବଂ ସ୍ପେକ୍ଟ୍ରମ୍ ନିବେଶରେ ନିବେଶ କରୁଛି । ୨୦୨୩ ସେପ୍େଟମ୍ବର ୩୦ ସୁଦ୍ଧା ଭାରତୀ ହେକ୍ସାକମ୍ ଏହାର ଡିଜିଟାଲ ଭିତିିଭୂମିରେ ୨୦,୩୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟ ବିନିଯୋଗ କରିଛି ।
ଏହି ଇସ୍ୟୁରେ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ବିଓବି କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ ଏବଂ ଆଇଆଇଏଫଏଲ ସିକ୍ୟୁରିଟିଜ୍ ଲିମିଟେଡ ।

Share

Leave a Reply

Your email address will not be published. Required fields are marked *

nineteen + ten =