ଗୋଲ୍ଡ ପ୍ଲସ୍ ଗ୍ଲାସ ଇଣ୍ଡଷ୍ଟ୍ରି ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଗୋଲ୍ଡ ପ୍ଲସ୍ ଗ୍ଲାସ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କ୍ରିସିଲ୍ ରିପୋର୍ଟ ଅନୁସାରେ କମ୍ପାନି ହେଉଛି ଭାରତର ଦ୍ୱିତୀୟ ବୃହତମ ଫ୍ଲୋଟ୍ ଗ୍ଲାସ୍ ନିର୍ମାତା ଏବଂ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଫ୍ଲୋଟ୍ ଗ୍ଲାସ୍ ଉତ୍ପାଦନ କ୍ଷମତାରେ କମ୍ପାନିର ବଜାର ଭାଗ ୨୨ ପ୍ରତିଶତ ରହିଛି ।
ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ କମ୍ପାନି ବଜାରରୁ ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ଏହି ଅଫରରେ କମ୍ପାନି ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧୫,୬୬୭,୯୭୭ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଇସୁୃ୍ୟରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ୧. କିଛି ଋଣକୁ ପରିଶୋଧ/ ଆଗୁଆ ପରିଶୋଧ କରିବା ଏବଂ ୨. ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଅଫର ଫର ସେଲ୍‌ରେ ସୁରେଶ ତ୍ୟାଗି ୧,୦୧୯,୯୯୫ ଇକ୍ୱିଟି ସେୟାର, ଜିମି ତ୍ୟାଗି ୧,୦୧୯,୯୯୫ ଇକ୍ୱିଟି ସେୟାର, ଆଇ ଅପର୍ଚୁନିଟି ଫଣ୍ଡ୍‌-୧ ପକ୍ଷରୁ ୧୦,୨୭୭,୯୮୭ ଇକ୍ୱିଟି ସେୟାର, କୋଟାକ୍ ସ୍ପେସିଆଲ ସିଚୁଏସନ୍ସ ଫଣ୍ଡ୍ ପକ୍ଷରୁ ୩,୩୫୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ଏସବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

20 − 9 =