ପାରାଦୀପ ହେବ ପେଟ୍ରୋକେମିକାଲ ହବ

ଭୁବନେଶ୍ବର () ଏଣିକି ଶିଳ୍ପପତିଙ୍କ ଅନୁମତି ପାଇଁ ଦୌଡିବାକୁ ପଡିବନି ବିଭିନ୍ନ ବିଭାଗ । ଏପରିକି ଅନୁମତି ପାଇଁ ଦିନଦିନ ଧରି ମଧ୍ୟ ଅପେକ୍ଷା କରିବାକୁ ପଡିବନି । ୫ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନଗୁଡିକ ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଅନଲାଇନ ସେବା । ଏହିସବୁ ସେବା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦିଆଯିବ । ଏଥିପାଇଁ ଏହାକୁ ଜନସେବା ଅଧିକାର ଆଇନରେ ସାମିଲ କରାଯାଇଛି । ଆଜି ଫିକିର ୯୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜମି ଚିହ୍ନଟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ପାଇଁ ଏକ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିଛନ୍ତି । ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଓଡିଶା ଏବେ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ରହିଆସିଛି । ରାଜ୍ୟକୁ ଅଧିକ ପୁଂଜିନିବେଶ ପାଇଁ ସରକାରୀ ଅଧିକାରୀମାନେ ଜାପାନ, ୟୁଏସଏ, କୋରିଆ ଓ ଭିଏତନାମର ଶିଳ୍ପାନୁଷ୍ଠାନ ସହ ଆଲୋଚନା କରିଛନ୍ତି । କୋଭିଡ ପରିସ୍ଥିତି ସତ୍ତ୍ବେ ରାଜ୍ୟ ସରକାର ଗତ ୮ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ କରିବାକୁ ସକ୍ଷମ ହୋଇଛନ୍ତି ।

କେବଳ ପୁଂଜିନିବେଶ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ । ଶିଳ୍ପାନୁଷ୍ଠାନଗୁଡିକୁ କାର୍ଯ୍ୟକ୍ଷମ କରିବା ହେଉଛି ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିଳ୍ପାୟନକୁ ଅଧିକ ବ୍ୟାପକ କରିବା ପାଇଁ ଅନୁଗଳ ଓ ଝାରସୁଗୁଡାରେ ଆଲୁମୁନିୟମର ଡାଉନଷ୍ଟ୍ରିମ ଏବଂ କଳିଙ୍ଗନଗରରେ ଇସ୍ପାତ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ପାରାଦୀପକୁ ପୂର୍ବ ଭାରତରେ ରସାୟନ ଓ ପେଟ୍ରୋକେମିକାଲ ହବ ଭାବେ ଗଢି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + 14 =