ଖୋର୍ଦ୍ଧାରେ ଏକ ବଡ଼ ପଥର କ୍ରସର ୟୁନିଟ୍‌ରେ ବିଦ୍ୟୁତ ଚୋରି ଘଟଣାର ପର୍ଦାଫାସ

ଭୁବନେଶ୍ୱର: ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରିକୁ ରୋକିବା ସହ ନିଷ୍ଠାପର ଗ୍ରାହକଙ୍କ ଅଧିକାରକୁ ସର୍ବଦା ସୁରକ୍ଷା ପ୍ରଦାନ କରାଯାଇଛି । ଏଭଳି ଏକ ଘଟଣାକ୍ରମରେ ଟିପିସିଓଡିଏଲ୍‌ର ପ୍ରବର୍ତନ ଦଳ ପକ୍ଷରୁ ଖୋର୍ଦ୍ଧାର ଚାରି ନମ୍ବର ବିଦ୍ୟୁତ ସେକ୍ସନରେ ଏକ ପଥର କ୍ରସର ୟୂୁନିଟ୍‌ରେ ବିଦ୍ୟୁତ ଚୋରି ମାମଲାକୁ ଠାବ କରାଯାଇଛି । ଖୋର୍ଦ୍ଧାର ସେହି ୟୁନିଟ୍ ବିରୋଧରେ ୧୭୪ କିଲୋୱାଟ୍ ବିଦ୍ୟୁତକୁ ବେଆଇନ ଭାବେ ଆତ୍ମସାତ କରାଯାଇଥିବା ଅଭିଯୋଗ ରହିଛି । ଟିପିସିଓଡିଏଲ୍‌ର ପ୍ରର୍ବତନ ଦଳ ଏହାର ନିୟମିତ ଯାଂଚ କରୁଥିବା ବେଳେ ଏହି ବେଆଇନ କାର୍ଯ୍ୟକଳାପ ଧରାପଡ଼ିଥିଲା ଯାହା ସ୍ଥାନୀୟ ଅଂଚଳବାସୀଙ୍କୁ ଚକିତ କରିଛି ଏବଂ ଏଭଳି ବେଆଇନ ଅଭ୍ୟାସକୁ ରୋକିବାର ଆବଶ୍ୟକତାକୁ ମଧ୍ୟ ଏହା ଜଣାଇଛି ।
ଖୋର୍ଦ୍ଧା ବିଦ୍ୟୁତ ଡିଭିଜନରେ ଶନିବାର ଟିପିସିଓଡିଏଲ୍‌ର ପ୍ରବର୍ତନ ଦଳ ପକ୍ଷରୁ କରାଯାଇଥିବା ନିୟମିତ ଯାଂଚ ବେଳେ ଏକ ପଥର କ୍ରସର ୟୁନିଟ୍‌ର ବିଦ୍ୟୁତ ବ୍ୟବସ୍ଥାରେ ଥିବା ଅସଙ୍ଗତି ଯାଂଚ ଅଧିକାରୀଙ୍କ ନଜରକୁ ଆସିିଥିଲା । ଯାଂଚ ବେଳେ ଜଣାପଡ଼ିଥିଲା ଯେ ସିଟି ବକ୍ସ ଚାମ୍ବର ସିଲ୍ ସହ ହେରଫେର କରାଯାଇଛି । ଜାଣିଶୁଣି ମିଟରିଂ ସର୍କିଟ୍‌ର ୱାଇ-ଫେଜ୍‌ର ପିଟି ଭୋଲଟେଜ୍ ତାରକୁ ବିଚ୍ଛିନ୍ନ କରାଯାଇଥିଲା ଏବଂ ସବୁ ଫେଜ୍‌ର ମିଟରିଂ ସର୍କିଟ୍‌ର ସିଟି ତାରଗୁଡ଼ିକୁ ଜାଣିଶୁଣି ଢ଼ିଲା ଛାଡ଼ି ଦିଆଯାଇଥିଲା । ସେହି କ୍ରସର ୟୁନିଟ୍‌ରେ ୧୭୪ କିଲୋୱାଟ୍‌ର ଲୋଡ୍ ଧରାପଡ଼ିଥିଲା ଏବଂ ସେଥିପାଇଁ ୦.୬୭ କୋଟିରୁ ଅଧିକ ଟଙ୍କାର ରାଜସ୍ୱ କ୍ଷତି ଘଟିଛି ।
ବିଦ୍ୟୁତ ଚୋରିର ମୁକାବିଲା ଲାଗି ଭାରତୀୟ ବିଦ୍ୟୁତ ନିୟମ ୨୦୦୩ରେ ଥିବା ବ୍ୟବସ୍ଥା ଅନୁଯାୟୀ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରିରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ନିୟମର ଧାରା ୧୩୫ ଅଧୀନରେ ବିଦ୍ୟୁତ ଚୋରିକୁ ଦଣ୍ଡନୀୟ ଅପରାଧ ବର୍ଗରେ ସାମିଲ କରାଯାଇଥିବା ବେଳେ ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।
ବିଦ୍ୟୁତ ଚୋରି ଅନୈତିକ କାର୍ଯ୍ୟ ହୋଇଥିବା ବେଳେ ତାହା ବ୍ୟବହାରକାରୀ ଓ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ଓ ବଡ଼ ବିପଦପୂର୍ଣ୍ଣ ହୋଇଥିବାରୁ ଟିପିସିଓଡିଏଲ୍ ପକ୍ଷରୁ ନିୟମିତ ଏଭଳି କାର୍ଯ୍ୟକଳାପ ବିରୋଧରେ ସଚେତନତା ସୃଷ୍ଟି କରାଯାଉଛି । ଲୋକମାନେ ଏଭଳି କାର୍ଯ୍ୟଠାରୁ ଦୂରେଇ ରହିବା ଉଚିତ ଏବଂ ଏ ସମ୍ପର୍କରେ ଆମକୁ ୯୪୩୭୧୫୮୬୭୦ କିମ୍ବା ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞରେ ଇ-ମେଲ୍ କରି କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ବ୍ୟବହାର କରି ସୂଚନା ପଠାଇପାରିବେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

one × two =