ବୁଣାକାରଙ୍କ ପ୍ରସାର ଓ ସଶକ୍ତ କରିବା ପାଇଁ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ “ତାନା-ବାନା ଜିଲ୍ଲା ହସ୍ତତନ୍ତ ପ୍ରଦର୍ଶନୀ’ ଆୟୋଜିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର କ୍ୟାମ୍ପସରେ ପାଂଚ ଦିନିଆ “ତାନା-ବାନା ଜିଲ୍ଲା ହସ୍ତତନ୍ତ ପ୍ରଦର୍ଶନୀ ୨୦୨୩’ ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଓ ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱର ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି ।
ଏଥିରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, “ତାନା ବାନା ଜିଲ୍ଲା ହସ୍ତତନ୍ତ ଏକ୍ସପୋର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ହସ୍ତତନ୍ତ ଓ ଖଦି ଉତ୍ପାଦର ପ୍ରସାର କରି ଭୋକାଲ୍ ଫର ଲୋକାଲ୍ ଚିନ୍ତାଧାରାକୁ ସୁଦୃଢ଼ କରିବା । ଆଇଆଇଏମ୍ ସମ୍ବଲପୁର ଏହି ଅଂଚଳର ବୁଣାକାର ଓ ସ୍ୱଦେଶୀ ହସ୍ତକଳାର ଉତ୍ପାଦଗୁଡ଼ିକୁ ସାରା ଦେଶରେ ଡିଜିଟାଲ ମାଧ୍ୟମରେ ପ୍ରସାର କରି ଏବଂ ବୁଣାକାରଙ୍କ ପାଇଁ ଜାତୀୟ ସ୍ତରର ବଜାର ବିକାଶ କରି ସେମାନଙ୍କୁ ସହାୟତା ଓ ସଶକ୍ତ କରିବା ଜାରି ରଖିବ ।’’
ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ବିକାଶ କୁମାର କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମରେ ବୁଣାକାରମାନେ ବିଭିନ୍ନ ହସ୍ତତନ୍ତ ସ୍କିମର ଲାଭ ହାସଲ କରିପାରିବେ । ଆଇଆଇଏମ ସମ୍ବଲପୁର ଓ ବିଭାଗର ମିଳିତ ସହଯୋଗ ହସ୍ତତନ୍ତ କ୍ଷେତ୍ରର ପ୍ରସାର ଓ ଅଭିବୃଦ୍ଧି ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ ।’’
ଏହି ପ୍ରଦର୍ଶନୀରେ ୨୫ରୁ ଅଧିକ ଷ୍ଟଲ୍‌ରେ ବିବିଧ ପ୍ରକାରର ହସ୍ତତନ୍ତ ଉତ୍ପାଦ ପ୍ରଦର୍ଶନ କରାଯାଇଛି । ସେଥିରେ ରହିଛି ଶାଢ଼ି, ବେଡସିଡ୍‌, ଡ୍ରେସ୍ ମାଟେରିଆଲ୍‌, ଟେବୁଲ୍ ରନର, ଛତା ଏବଂ ଅନ୍ୟାନ୍ୟ ଫ୍ୟାବ୍ରିକ୍ ଭିତିକ ଉତ୍ପାଦ ଯାହାକୁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କୌଶଳକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ।
ଫ୍ଲିପ୍‌କାର୍ଟ ଓ ସିଡ୍‌ବି ସହିତ ସ୍ୱାକ୍ଷରିତ ହୋଇଥିବା ଏମ୍‌ଓୟୁ ଅନୁସାରେ ମଧ୍ୟ ଡିଜିଟାଲ୍ ମାର୍କେଟ୍‌ରେ ବୁଣାକାରଙ୍କ ଉତ୍ପାଦଗୁଡ଼ିକର ପ୍ରସାର କରୁଛି ଆଇଆଇଏମ୍ ସମ୍ବଲପୁର ।
ଚଳିତ ବର୍ଷ ଡିସେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ସମ୍ମାନଜନକ “ପାନ୍ ଆଇଆଇଏମ୍ ୱାର୍ଲଡ୍ ମ୍ୟାନେଜମେଂଟ୍ କନ୍‌କ୍ଲେଭ୍‌’ ଆୟୋଜନ କରାଯିବ । ଏଥିରେ ନବସୃଜନ ଓ ଅଭିନବ ଚିନ୍ତାଧାରା ଉପରେ ଆଲୋକପାତ କରାଯିବ ।

Share

Leave a Reply

Your email address will not be published. Required fields are marked *

1 × five =