ବନ୍ଧନ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ “ଇନ୍‌ସ୍ପାୟାର’ର ଶୁଭାରମ୍ଭ

ଭୁବନେଶ୍ୱର: ସର୍ବଭାରତୀୟ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କାର୍ଯ୍ୟକ୍ରମ “ଇନ୍‌ସ୍ପାୟାର୍‌’ର ଶୁଭାରମ୍ଭ କରାଯାଇଛି । ଇନ୍‌ସ୍ପାୟାରରେ ଅଗ୍ରାଧିକାର ଭିତିକ ସୁଧ ହାର, ବ୍ୟାଙ୍କ ସେବାରେ ପ୍ରାଥମିକତା ଓ ଘର ପାଖରେ ବ୍ୟାଙ୍କ ସେବା ଆଦି ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଉଛି ।
ଇନ୍‌ସ୍ପାୟାର କାର୍ଯ୍ୟକ୍ରମରେ ଔଷଧ କିଣା, ନିଦାନ ସେବା ଓ ମେଡିକାଲ୍ ଚିକିତ୍ସା ଉପରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଛି । ଡାକ୍ତରୀ ପରାମର୍ଶ, ମେଡିକାଲ୍ ଯାଂଚ ଏବଂ ଦନ୍ତ ଚିକିତ୍ସାରେ ରିହାତି ଭଳି ସୁବିଧା ସହଯୋଗୀ ସେବା ପ୍ରଦାନକାରୀମାନଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି । ବରିଷ୍ଠ ନାଗରିକ ଗ୍ରାହକମାନଙ୍କ ବ୍ୟାଙ୍କିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ସିଧାସଳଖ ଫୋନ୍ ବ୍ୟାଙ୍କିଙ୍ଗ୍ ଅଧିକାରୀଙ୍କ ସହ କଥାବାର୍ତା କରିବାର ସୁବିଧା ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଉଛି ।
ବରିଷ୍ଠ ନାଗରିକମାନଙ୍କୁ ସୁହାଇବା ଭଳି ସେବା ପ୍ରଦାନ କରିବା ଲାଗି ବନ୍ଧନ ବ୍ୟାଙ୍କ ଶାଖାରେ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ଡେସ୍କ ରହିଛି । ମୋବାଇଲ ଆପ୍‌, ଇଟଂରନେଟ୍ ବ୍ୟାଙ୍କିଙ୍ଗ, ଏସ୍‌ଏମ୍‌ଏସ୍ ବ୍ୟାଙ୍କିଙ୍ଗ ଓ ମିସ୍‌ଡ କଲ୍ ବ୍ୟାଙ୍କିଙ୍ଗ ଜରିଆରେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ବ୍ୟାଙ୍କ ସେବା ପାଇବାକୁ ଚାହୁଥିବା ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଲାଗି ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଏକ୍‌ଜିକ୍ୟୁଟିଭ୍ ରହିଛି ।
ବନ୍ଧନ ବ୍ୟାଙ୍କର ବ୍ରାଂଚ୍ ବ୍ୟାଙ୍କିଙ୍ଗ ମୁଖ୍ୟ ସୁଜୟ ରୟ୍ କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କରେ ଆମେ ସବୁ ବୟସ ବର୍ଗର ଲୋକମାନଙ୍କ ଆର୍ଥିକ ସ୍ୱାଧୀନତାର ଗୁରୁତ୍ୱକୁ ବୁଝିଛୁ । ମୁଁ ଖୁସିର ସହ ଘୋଷଣା କରୁଛି ଯେ ବନ୍ଧନ ବ୍ୟାଙ୍କ ବରିଷ୍ଠ ନାଗରିକମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ବ୍ୟାପକ ସେବା ଆଣିଛି । ବ୍ୟାଙ୍କ କାରବାରର ଆଠ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ବିଶ୍ୱାସକୁ ଜିତିଥିବାରୁ ଆମେ କୃତଜ୍ଞ ଏବଂ ଏହି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଆମ ତରଫରୁ ସମ୍ମାନ ।’’
ବନ୍ଧନ ବ୍ୟାଙ୍କ ପକ୍ଷରୁ ଫିକ୍ସଡ୍ ଡିପୋଜିଟ୍ ଉପରେ ବରିଷ୍ଠ ନାଗରିକମାନଙ୍କୁ ଆକର୍ଷଣୀୟ ସୁଧ ହାର ପ୍ରଦାନ କରାଯାଉଛି । ବରିଷ୍ଠ ନାଗରିକମାନେ ୫୦୦ ଦିନିଆ ଏଫ୍‌ଡି ଉପରେ ୮.୩୫ ପ୍ରତିଶତ ସୁଧ ପାଇପାରିବେ । ଟ୍ୟାକ୍ସ ସେଭର ଏଫ୍‌ଡିରେ ସେମାନଙ୍କୁ ବାର୍ଷିକ ୭.୫ ପ୍ରତିଶତ ସୁଧ ମିଳିବ ।

Share

Leave a Reply

Your email address will not be published. Required fields are marked *

four × one =