ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଗ୍ୟାରେଂଟ୍‌କୋ ସହଯୋଗିତା ଅଧୀନରେ ବିବୃତି କ୍ୟାପିଟାଲ୍‌କୁ ୨୫୦ କୋଟି ଟଙ୍କାର ଋଣ ପ୍ରଦାନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପ୍ରାଇଭେଟ୍ ଇନଫ୍ରାଷ୍ଟ୍ରକ୍‌ଚର୍ ଡେଭେଲପ୍‌ମେଂଟ୍ ଗ୍ରୁପ୍ (ପିଆଇଡିଜି)ର ଅଂଶ ଗ୍ୟାରେଂଟ୍‌କୋ ସହ ସହଯୋଗିତା ଅଧୀନରେ ବିବୃତି କ୍ୟାପିଟାଲ୍‌କୁ ୨୫୦ କୋଟି ଟଙ୍କାର ତିନି ବର୍ଷିଆ ଋଣ ପ୍ରଦାନ କରାଯାଇଛି । ଇ-ଗମନାଗମନ କ୍ଷେତ୍ରରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ବିବୃତି କ୍ୟାପିଟାଲ୍ ତାହାକୁ ବିନିଯୋଗ କରିବ । ଏହି କାରବାର ପାଇଁ ଗ୍ୟାରେଂଟ୍‌କୋ ପକ୍ଷରୁ ଆକ୍ସିସ୍ ବ୍ୟାଙ୍କକୁ ୫୦ ପ୍ରତିଶତ କ୍ରେଡିଟ୍ ଗ୍ୟାରେଂଟି ପ୍ରଦାନ କରାଯାଇଛି ।
୨୦୨୧ ନଭେମ୍ବରରେ ଗ୍ଲାସଗୋରେ ଅନୁଷ୍ଟିତ ସିଓପି୨୬ରେ ଗ୍ୟାରେଂଟ୍‌କୋ ଓ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି । ଆକ୍ସିସ ବ୍ୟାଙ୍କ ଓ ଗ୍ୟାରେଂଟ୍‌କୋ ପକ୍ଷରୁ ବିବୃତି କ୍ୟାପିଟାଲକୁ ପ୍ରଦାନ କରାଯାଇଥିବା ଋଣ ଭାରତରେ ଇଲେକ୍ଟ୍ରିକ୍ ଯାନ ସଂଖ୍ୟା ଏବଂ ଚାର୍ଜିଂ ଷ୍ଟେସନ ସଂଖ୍ୟା ବଢ଼ାଇବାରେ ସହାୟକ ହେବ ଏବଂ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନକୁ ହ୍ରାସ କରିବ । ଏହି କାରବାର ଦ୍ୱାରା ୬୬୫ ନିଯୁକ୍ତି ସୃଷ୍ଟି ହେବ ଯେଉଁଥିରୁ ୩୦ ପ୍ରତିଶତ ନିଯୁକ୍ତି ମହିଳାଙ୍କୁ ମିଳିବ ବୋଲି ଆକଳନ କରାଯାଇଛି ।
ଆକ୍ସିସ୍ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ରାଜୀବ ଆନନ୍ଦ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଭାରତର ଇ-ଗମନାଗମନ କ୍ଷେତ୍ରରେ ସ୍ଥାୟୀ ପରିବର୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ । ଗ୍ୟାରେଂଟ୍‌କୋ ସହିତ ଆମର ଭାଗିଦାରୀ ଆମକୁ ବିବୃତି କ୍ୟାପିଟାଲକୁ ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ସହାୟତା ପ୍ରଦାନ କରିବାକୁ ସଶକ୍ତ କରୁଛି ଯାହା ସମୁଦାୟମାନଙ୍କୁ ସଶକ୍ତ କରିବା ସହିତ ସକାରାତ୍ମକ ପରିବେଶ ପାଇଁ ଆମର ପ୍ରତିବଦ୍ଧତା ସହ ଖାପଖାଉଛି । ଏହି ମିଶ୍ରିତ ଆର୍ôଥକ ଢାଂଚା ମାଧ୍ୟମରେ ଆମେ କେବଳ ଇ-ଗମନାଗମନ ଇକୋସିଷ୍ଟମରେ ଅଭିନବତାକୁ ପ୍ରୋତ୍ସାହିତ କରିବା ନୁହେଁ ବରଂ ଆମ ଦେଶରେ କାର୍ବନ ନିର୍ଗମନ ହ୍ରାସ କରି ଜଳବାୟୁ ପରିବର୍ତନକୁ ମଧ୍ୟ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛୁ । ସିଓପି-୨୮ ଅବସରରେ ଆମେ ସମସ୍ତଙ୍କ ପାଇଁ ଏକ ସବୁଜ, ଅଧିକ ସ୍ଥାୟୀ ଭବିଷ୍ୟତ କୁ ଆଗେଇ ନେବା ପାଇଁ ଆମର ସମର୍ପଣ ଉପରେ ଗୁରୁତ୍ୱାରୋପ କରି ଏହି ଢଂଚାର ପରିବର୍ତନକାରୀ ସମ୍ଭାବନାକୁ ଅନୁସନ୍ଧାନ କରିବାକୁ ଉତ୍ସାହିତ ।’’
ବିବୃତି କ୍ୟାପିଟାଲ ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିନୀତ ସୁକୁମାର କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କ ଏବଂ ଗ୍ୟାରେଂଟ୍‌କୋ ସହିତ ଏହି ସହଯୋଗ ପାଇଁ ଆମେ ଗର୍ବିତ କାରଣ ଆମେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଭାବରେ ଯୋଗଦାନ କରିବୁ । ସରକାର ଋଠ୩୦ଅ୨୦୩୦ ଲକ୍ଷ୍ୟ ହାସଲ କରୁଥିବାବେଳେ ଏହା ଭାରତର ଇ-ଗମନାଗମନ କ୍ଷେତ୍ରରେ ଆମର ସବୁଜ ପୋର୍ଟଫୋଲିଓକୁ ବିସ୍ତାର କରିବାକୁ ଆମର ପ୍ରୟାସକୁ ପ୍ରୋତ୍ସାହିତ କରିବ । ବିବୃତି ଗ୍ରୁପର ଲକ୍ଷ୍ୟ ହେଉଛି ଭାରତର ମଧ୍ୟମ ବଜାର ବ୍ୟବସ୍ଥାକୁ ଆବଶ୍ୟକ ଋଣ ଅର୍ଥ ଯୋଗାଣ କରିବା । ଆମେ କେବଳ ଏକ ବ୍ୟବସାୟ ନିର୍ମାଣ କରୁନାହୁଁ; ଆମେ ଏପରି ଏକ ବିଶ୍ୱ ନିର୍ମାଣ କରୁଛୁ ଯେଉଁଠାରେ ଆର୍ôଥକ ସଫଳତା ପରିବେଶ ଏବଂ ସାମାଜିକ ଦାୟିତ୍ୱ ସହିତ ନିରବଚ୍ଛିନ୍ନ ଭାବରେ ଯୋଡ଼ି ହୋଇରହିବ ।’’
ଗ୍ୟାରେଂଟ୍‌କୋର ସିଇଓ ଲୈଥ୍ ଅଲ୍‌-ଫାଲାକି କହିଛନ୍ତି ଯେ, “୨୦୨୨ ମେ\’ ମାସରେ ଆକ୍ସିସ୍ ବ୍ୟାଙ୍କ ସହ ସ୍ୱାକ୍ଷରିତ ଫ୍ରେମୱାର୍କ ଚୁକ୍ତି ଅନୁଯାୟୀ ଆମର ପ୍ରଥମ କାରବାରକୁ ନେଇ ଆମେ ଆନନ୍ଦିତ । ବିବୃତିି କ୍ୟାପିଟାଲ ସହିତ ଚୁକ୍ତି ଏହି ଢାଂଚା ଅଧୀନରେ ଅନେକଙ୍କ ମଧ୍ୟରୁ ପ୍ରଥମ ହେବ ଏବଂ ଆମେ ଆଶା କରୁଛୁ ଯେ ଏହା ବଜାର ଉପରେ ଏକ ପରିବର୍ତନମୂଳକ ପ୍ରଭାବ ପକାଇବ ଏବଂ ଭାରତରେ ଇ-ଗମନାଗମନ ବ୍ୟବସ୍ଥା ପାଇଁ ଋଣ ବୃଦ୍ଧି କରିବ । ପିଆଇଡିଜି ୨୦୩୦ ରଣନୀତି ଅନୁଯାୟୀ ଆମର ଜଳବାୟୁ ଅନୁକୂଳନ ଏବଂ ପ୍ରଶମନ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ ସହିତ ସହମତି ହୋଇଥିବା ଜଳବାୟୁ ପ୍ରଶମନ ଗ୍ୟାରେଂଟି ବ୍ୟବହାର କରିବା ଜାରି ରଖିବୁ । ଗ୍ୟାରେଂଟ୍‌କୋ ଫ୍ରେମୱାର୍କ ୨୦୦୫ରେ ଆମର ପ୍ରତିଷ୍ଠା ପରଠାରୁ ଆମର ସର୍ବବୃହତ କାରବାର ଏବଂ ଆମେ ବିଶ୍ୱାସ କରୁଛୁ ଯେ ଏହା ଭାରତରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ଏବଂ ଫଳସ୍ୱରୂପ ଦେଶରେ ଜଳବାୟୁ ପରିବର୍ତନର ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ କାର୍ବନ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିବ ।’’

Share

Leave a Reply

Your email address will not be published. Required fields are marked *

eighteen + 6 =