ଯୈାତୁକ ଦାବିରେ ବଧୁ ହତ୍ୟା ଅଭିଯୋଗ

ତିର୍ତ୍ତୋଲ ଥାନା ଅର୍ନ୍ତଗତ ଅଲଣା ଗ୍ରାମର ଗଙ୍ଗାଧର ଦାସଙ୍କ ସାନଝିଅ ସରସ୍ୱତୀ ଦାସକୁ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଚାରିବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ବିଶ୍ୱଜିତ ସାମଲଙ୍କୁ ପ୍ରେମ ବିବାହ କରିଥିଲେ ସରସ୍ୱତୀ । ବିବାହର ମାତ୍ର କିଛିଦିନ ପରେ ସରସ୍ୱତୀଙ୍କୁ ଶାଶୁଘର ଲୋକେ ଦୁଇଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହି ନିର୍ୟାତନା ଦେଇଥିଲେ। ନିର୍ୟାତନା ସହି ନପାରି ସରସ୍ୱତୀ ସ୍ୱାମୀ ବିଶ୍ୱଜିତ ସହ ରାହାମାରେ ଭଡାଘରେ ରହି ଏକ ସପିଙ୍ଗ ମଲରେ କାମ କରୁଥିଲେ । ସ୍ୱାମି ବିଶ୍ୱଜିତ କୌଣସି କାମ କରୁନଥିବାରୁ ଘରେ ଅଶାନ୍ତି ଲାଗି ରହୁଥିଲା । ବିଶ୍ୱଜିତ ମଧ୍ୟ ଘର ଲୋକଙ୍କ କଥାରେ ସରସ୍ୱତୀକୁ ନିର୍ୟାତନା ଦେଉଥିଲା । ନିକଟରେ ସରସ୍ୱତୀର ବାପଘର ପଚାଶ ହଜାର ଟଙ୍କା ଦେଇଥିଲେ । ମାତ୍ର ଟଙ୍କାଲୋଭରେ ଆହୁରି ଅଧିକ ଟଙ୍କା ଅଣିବା ପାଇଁ ସରସ୍ୱତୀକୁ ମାଡ଼ମାରୁଥିଲା।
ଗତକାଲି ଘରମାଲିକ ସରସ୍ୱତୀ ମଣିଜଙ୍ଗା ମେଡିକାଲରେ ଅଛି ବୋଲି ସରସ୍ୱତୀଙ୍କ ବାପଘରକୁ ଜଣାଇଥିଲେ । ମେଡିକାଲରେ ଆସି ଦେଖିବା ପରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଏ ନେଇ ସରସ୍ୱତୀର ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ପରେ ବିଶ୍ୱଜିତକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

nineteen − 9 =