ଜିଲ୍ଲାପାଳଙ୍କ ବିରୋଧରେ ପତ୍ନୀଙ୍କ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ବର () ସମ୍ବଲପୁର ଜିଲ୍ଲାପାଳ ସାମର୍ଥ ବର୍ମା ଅଡୁଆରେ  । ସେ ତାଙ୍କ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି  । ସୋସିଆଲ ମିଡିଆରେ ଜିଲ୍ଲାପାଲଙ୍କ ପତ୍ନି ସୁଚୀ ସିଂହ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେଉଛନ୍ତି  ।

ସୋସିଆଲ ମିଡିଆରେ ସୂଚୀ ସିଂହଙ୍କ ଅଭିଯୋଗ ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଛି  । ଏବଂ ସାମର୍ଥ ବର୍ମା ବେଆଇନ ଭାବେ ତାଙ୍କ ସରକାରୀ ଦସ୍ତାବେଜରେ ହସ୍ତକ୍ଷେପ କରୁଛନ୍ତି  । ସାମର୍ଥ ବାହାଘର ପରଠାରୁ ତାଙ୍କୁ ଶାନ୍ତିରେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ସୁଯୋଗ ଦେଉନାହାଁନ୍ତି  । ଏବର୍ଷ ମଧ୍ୟ ସେ ତାଙ୍କ ପରୀକ୍ଷା ସମୟରେ ଜାଣିଶୁଣି ସମସ୍ୟା ସୃଷ୍ଟି କଲେ  ।

ସେ ଓ ତାଙ୍କ ପରିବାର ସୂଚୀଙ୍କ ଉପରେ ପାରିବାରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି  । ଏପରିକି ସାମର୍ଥ ତାଙ୍କ ଶଶୁର ଘର ଲୋକଙ୍କୁ ମିଛ କେସର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି  । ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି  । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟେଇବା ପାଇଁ ସୂଚୀ ଦାବି କରିଛନ୍ତି  । ତେବେ ଏ ସଂପର୍କରେ ସାମର୍ଥଙ୍କ ପ୍ରତିକ୍ରିୟା ମିଳିପାରିନି  । ସେ କହିଛନ୍ତି ଏହା ଏକ ପାରିବାରିକ ସମସ୍ୟା  ।

Share

Leave a Reply

Your email address will not be published. Required fields are marked *

8 + 15 =