ଟ୍ବିଟରରେ ଟ୍ରେଣ୍ଡ ହେଉଛି #BanIPL

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ହେଉଛି ଆଇପିଏଲ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଏଭଳିକି କ୍ରିକେଟପ୍ରେମୀଙ୍କ ଲାଗି ଆଇପିଏଲ ଆସିଲେ ଏକ ଉତ୍ସବ ଭଳି ଲାଗେ । ବିଶ୍ୱରେ ଆଇପିଏଲର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଆଗାମୀ ସଂସ୍କରଣରେ ୨ଟି ନୂଆ ଟିମ୍ ଯୋଗ ଦେବାକୁ ଯାଉଛି । ତେବେ ଏଭଳିସ୍ଥଳେ ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ଏବେ ଟ୍ରେଣ୍ଡ ଚାଲିଛି କି ବ୍ୟାନ ଆଇପିଏଲ । ଯାହା ଏବେ ସୋସିଆଲ ମିହିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଛନ୍ତି ।
ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ପ୍ରଂଶସକମାନେ ଏବେ ଏଭଳି ଟ୍ରେଣ୍ଡ ଜାରି କରିଛନ୍ତି । ପ୍ରଶଂସକଙ୍କ କହିବା କଥା ଯେ, ଅନ୍ତରାଷ୍ଟ୍ରୀୟ ସ୍ତରରେ ଯେଉଁଠି ଭାରତୀୟ ଦଳ ଦୟନୀୟ ପ୍ରଦର୍ଶନ କରୁଛି ସେଠି ଭାରତରେ ଏତେ ଦାମୀ ଲିଗ୍ କରି କଣ ଫାଇଦା ?

Share

Leave a Reply

Your email address will not be published. Required fields are marked *

eleven − 3 =