ୱେଲକମ ଅଭିନନ୍ଦନ, ସାରା ଦେଶ କଲା ସ୍ୱାଗତ

ଜନ୍ମମାଟିରେ ପାଦ ଥାପିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ପାକ ରେଞ୍ଜର୍ସର ଅଧିକାରୀମାନେ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ତାଙ୍କୁ ଭାରତୀୟ ବୈଦେଶିକ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ସୀମାରେ ସାଧାରଣ ନାଗରିକଙ୍କ ପରି ଆବଶ୍ୟକ ଭିସା ଓ ପାସପୋର୍ଟ ପ୍ରକ୍ରିୟା ଔପଚାରିକ ଭାବେ ଶେଷ ହେବା ପରେ ତାଙ୍କୁ ଭାରତୀୟ ଅଧିକାରୀଙ୍କ ଜିମା ଦିଆଯାଇଥିଲା। ଅଟ୍ଟାରୀ ସୀମାରେ ଏୟାର ଭାଇସ ମାର୍ଶଲ ରବି କପୁର ତାଙ୍କୁ ସ୍ୱାଗତ କରିଛନ୍ତି । ୱାଘାରେ ପହଞ୍ଚିବା ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅମୃତସର ଏୟାରପୋର୍ଟ ନିଆଯାଇଛି । ପରେ ତାଙ୍କୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଅମୃତସରରୁ ଦିଲ୍ଲୀ ନିଆଯିବ।

ଭାରତୀୟ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଦିନ ସାରା ଅପେକ୍ଷା କରିଥିଲା ସାରା ଦେଶ । ମଧ୍ୟାହ୍ନରେ ପାକିସ୍ତାନ ଅଧିକାରୀ ଇସ୍ଲାମାବାଦରୁ ଅଭିନନ୍ଦନଙ୍କୁ ଆଣି ଭାରତୀୟ ହାଇକମିଶନରଙ୍କୁ ହସ୍ତାନ୍ତର କରିଥିଲେ । ଅଭିନନ୍ଦନଙ୍କ ଆଗମନ ନେଇ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଟାରୀ ଓ୍ଵାଘା ସୀମାରେ ବିଟିଂ ଦି ରିଟ୍ରିଟ୍କୁ ବାତିଲ କରାଯାଇଛି । ଏଥିସହ ସାଧାରଣ ଲୋକଙ୍କ ସହ ଗଣମାଧ୍ୟମ ଉପରେ କଟକଣା ଲାଗୁ ହୋଇଛି ।

ଅଭିନନ୍ଦନଙ୍କ ଭାରତ ହସ୍ତାନ୍ତର ଦେଶର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି । ବୁଧବାର ଦିନ ପାକିସ୍ତାନର ଲଢୁଆ ବିମାନ ୠ-୧୬କୁ ମାରି ଖସାଇ ଦେଇଥିଲେ ଅଭିନନ୍ଦନ । ଏହା ପରେ ଅଭିନନ୍ଦନଙ୍କ ଫାଇଟର ପ୍ଲେନ୍ ‘ମିଗ୍’ କ୍ରାସ୍ ହୋଇଥିଲା । ଅଭିନନ୍ଦନ ପାକ୍ ସେନା ହାତରେ ଧରା ପଡିଥିଲେ । ଅଭିନନ୍ଦନଙ୍କ ପାଇଁ ପାକିସ୍ତାନ ସହ କୌଣସି ଡିଲ୍ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଭାରତ । ଏହାସହ ତାଙ୍କୁ ଛାଡିବା ଲାଗି ଆନ୍ତର୍ଜାତିକ ଚାପ ମଧ୍ୟ ପଡିଥିଲା ପାକିସ୍ତାନ ଉପରେ । ପାକିସ୍ତାନ ପଦକ୍ଷେପ ଫଳରେ ଆଗକୁ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

fifteen − six =