୨୨ରୁ ବଢିବ ଶୀତ

ଆସନ୍ତା ୨୨ ତାରିଖଠାରୁ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ । ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ଘଟିବ । ୨୪ ତାରିଖ ପରେ ଉପକୂଳ ଓଡ଼ିଶା ଉପରେ ବି କିଛିଟା ପ୍ରଭାବ ପଡ଼ିବ । ରାତିରେ ପାରଦ ଦୁଇ ଡିଗ୍ରି ପର୍ୟ୍ୟନ୍ତ କମିପାରେ । ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଲା, ଘୂର୍ଣ୍ଣିଝଡ଼ ଓଡ଼ିଶା ଅତିକ୍ରମ କରିଥିବାରୁ ବୁଧବାରଠାରୁ ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି । ଆଉ କୋହଲା ପାଗ ରହିବ ନାହିଁ । ଆଜିଠାରୁ ସାରା ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବାକୁ ଆରମ୍ଭ କରିଛି । ତେଣୁ ଥଣ୍ଡା ବଢ଼ିବ । ଦାରିଙ୍ଗବାଡ଼ି, କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇବ । ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୨୩ ତାରିଖ ଯାଏ ସେଭଳି ପରିବର୍ତନ ହେବନି ।

Share

Leave a Reply

Your email address will not be published. Required fields are marked *

four × 2 =