କେରଳ ବନ୍ୟା ପୀଡିତାଙ୍କୁ ନବୀନଙ୍କ ସହାୟତା

କେରଳ ୧୬/୮: କେରଳ ବନ୍ୟାରେ ସଂପୂର୍ଣ୍ଣ କବଳିତ । ଏହି ପରିସ୍ଥିତିରେ ବନ୍ୟା ପୀଡିତାଙ୍କ ପାଇଁ ୫ କୋଟି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି । କେରଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ ୧୨ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଥିରୁଅନନ୍ତପୁରମ, କୋଲ୍ଲାମ, ଅଲାପୁଝା, ପଥନମିଥିଟ୍ଟା, କୋଟ୍ଟାୟାମ, ଇଡୁକି, ଏର୍ଣ୍ଣାକୁଲମ, ତ୍ରିସୁର୍ ଏବଂ କୋଝିକୋଡ ଜିଲ୍ଲାରେ ଲଗାଣ ବର୍ଷା ସହ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । । ଶୋଚନୀୟ ବନ୍ୟା ପରିସ୍ଥିତି ଯୋଗୁଁ ଏର୍ଣ୍ଣାକୁଲ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ସେହିପରି କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶନିବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଲୋକଙ୍କୁ ରିଲିଫ କ୍ୟାମ୍ପରେ ଥଇଥାନ କରାଯାଇଛି । ଆନୁମାନିକ ୮ ହଜାର କୋଟିର ସମ୍ପତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

three + 6 =