ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି । ରିମାଣ୍ଡର ଶେଷ ଦିନରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସ୍ବୀକାର କରିଛନ୍ତି, ମାନସ ହତ୍ୟାକାଣ୍ଡ ପରେ ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ସେ ସାହାଯ୍ୟ କରିଥିଲେ । ଶର୍ମିଷ୍ଠାଙ୍କୁ ସେ ଗାଡି ଯୋଗାଇଦେବା ସହ 10 ହଜାର ଟଙ୍କା ଦେଇଥିବା କହିଛନ୍ତି । ମାନସ ହତ୍ୟାକାଣ୍ଡରେ ନିରଞ୍ଜନ ସେଠୀ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିବା ବେଳେ ଆଜି ନିରଞ୍ଜନଙ୍କ ସ୍ବୀକାରୋକ୍ତି ପ୍ରମାଣ କରିଦେଇଛି, ଶର୍ମିଷ୍ଠାଙ୍କ ସହ ତାଙ୍କର ଅନ୍ତରଙ୍ଗ ସଂପର୍କ ରହିଥିଲା ।

Share

Leave a Reply

Your email address will not be published. Required fields are marked *

one × three =