ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା: ପ୍ରାଥମିକ ପର୍ଯ୍ୟାୟରେ ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଦ୍ୱାରା ଆରମ୍ଭ ହୋଇଛି ତଦନ୍ତ । ପ୍ରାଥମିକ ପର୍ଯ୍ୟାୟରେ ରୋଷଘର ସହ ସଂପୃକ୍ତ ଥିବା ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା କରାଯାଇଛି ।ବିଶେଷ କରି ରୋଷ ପାଇକ, ରୋଷ ଦୁଆରୀ, ଅଙ୍ଗରୁଆ ସେବକ, ଧୋପଖାଳ ସେବକଙ୍କ ସହ ଘଟଣା ଦିନ ନିୟୋଜିତ ଜେଟିପି ପୋଲିସଙ୍କୁ ତଦନ୍ତରେ ସାମିଲ କରାଯାଇଛି । କେଉଁମାନ ଚୁଲି ଭାଙ୍ଗିଛନ୍ତି, ତାହା ସ୍ପଷ୍ଟ କରିନି ପ୍ରଶାସନ । ଅନ୍ୟପଟେ ଭଙ୍ଗା ଯାଇଥିବା ଚୁଲି ଗୁଡିକର ପୁନଃ ମରାମତି କାମ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

five × 4 =