୧୦୦ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ କଲାଣି ‘ରାଜି’

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ତିନି ସପ୍ତାହରେ 100 କୋଟିର ବ୍ୟବସାୟ କରିସାରିଲାଣି  । ନୂଆ ଚଳଚ୍ଚିତ୍ର ‘ରାଜି’ ଏବେ ଗଣମାଧ୍ୟରେ ଚର୍ଚ୍ଚା ପାଲଟିଛି। ଚଳଚ୍ଚିତ୍ରରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ଭିକି କୌଶାଲ ନିଜର ଅଭିନୟ ଯାଦୁ ନିଶ୍ଚୟ ଦେଖାଇଛନ୍ତି। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ତୃତୀୟ ରବିବାର ୪.୪୨ କୋଟି ବ୍ୟବସାୟ କରିଛି। ଏହାର ସମୁଦାୟ ପରିମାଣ ରହିଛି ୧୦୨.୫୦ କୋଟି ଟଙ୍କା।

୨୦୧୮ରେ ବଲିଉଡ୍‌ରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ଭିତରେ ୧୦୦ କୋଟି ବ୍ୟବସାୟ କରିବାରେ ‘ରାଜି’ ହେଉଛି ୫୦ତମ। ପୂର୍ବରୁ ଆଲିଆଙ୍କର ଅନ୍ୟ ଦୁଇଟି ଚଳଚ୍ଚିତ୍ର ‘୨ ଷ୍ଟେଟ୍‌ସ’ ଓ ‘ବଦ୍ରିନାଥ କି ଦୁଲ୍‌ହନିଆଁ’ ୧୦୦ କୋଟିର ବେପାର କରିଥିଲା। ଚଳିତବର୍ଷ କିଛି ଦିନ ଅନ୍ତରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଦ୍ମାବତ୍‌’, ‘ସୋନୁ କେ ଟିଟୁ କି ସୁଇଟି’, ‘ବାଗି ୨’ ଏବଂ ‘ରେଡ୍‌’ ଆଦି ଚଳଚ୍ଚିତ୍ରର ସମକକ୍ଷ ହୋଇପାରିଛି ‘ରାଜି’।

ଚଳଚ୍ଚିତ୍ରଟିରେ ୧୯୭୧ ମସିହାର ଭାରତର ଚିତ୍ର ଦେଖିବାକୁ ମିଳିବ। ସେଥିରେ ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ ବି ଦେଖିବାକୁ ମିଳିବ। ଚଳଚ୍ଚିତ୍ର ସଂପର୍କରେ ନିର୍ମାତା ମେଘନା ଗୁଲ୍‌ଜାରଙ୍କ ଅନୁଯାୟୀ ଯେଉଁ ସମ୍ବେଦନଶୀଳତା ସଂପର୍କରେ ଏବେ ଜାଣନ୍ତି ବାସ୍ତବିକ ସମ୍ବେଦନଶୀଳତା କିନ୍ତୁ ତା’ଠାରୁ ଭିନ୍ନ। ଏପରିକି ଦେଶାତ୍ମବୋଧ ରେ ଭିନ୍ନତା ରହିଛି। ଏହି ସବୁ ଭିନ୍ନତାକୁ ଆପଣ ଚଳଚ୍ଚିତ୍ର ଦେଖିବା ପରେ ଧରିପାରିବେ।’

Share

Leave a Reply

Your email address will not be published. Required fields are marked *

14 − seven =