ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ୍ର ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଲେ ବିଗ୍ ବି । ୭୯ବର୍ଷ ବୟସରେ ଏ ଏକ୍ଦମ୍ ଫିଟ୍ ଅଛନ୍ତି । ଛୋଟ ହେଉ କି ବଡ ସବୁ ପରଦାରେ, ଟ୍ରାଜେଡି, କମେଡି, ଆକ୍ସନ ସବୁ ଚରିତ୍ରରେ ସେ ଚମôକାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଛନ୍ତି । ଫିଲ୍ମରେ ଅଭିନୟ କରିବା ସହ, ହୋଷ୍ଟିଂ ଓ ବିଜ୍ଞାପନରେ ମଧ୍ୟ ନିଜ ପାରଦର୍ଶିତା ଦେଖାଇଛନ୍ତି ବିଗ୍ ବି । ବୟସ ତାଙ୍କ ଆଗରେ ହାର ମାନିଛି । ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମ ଦିନରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଏହି ଅବସରରେ ଗତକାଲି ରାତି ୧୨ଟାରେ ତାଙ୍କ ବାସଭବନ ସମ୍ମୁଖରେ ଫ୍ୟାନମାନଙ୍କ ଦ୍ୱାରା କେକ୍ କଟାଯାଇ ସେଲିବ୍ରେସନ୍ ହୋଇଥିଲା । ସୂଚନାଯୋଗ୍ୟ ଯେ ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଆହ୍ଲାବାଦ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଉଛି ହରିବଂଶ ରାୟ ବଚ୍ଚନ ଓ ମା’ଙ୍କ ନାମ ହେଉଛି ତେଜି ବଚ୍ଚନ ।

Share

Leave a Reply

Your email address will not be published. Required fields are marked *

4 + 1 =