‘ବାତ୍ୟା ୟସ୍’ରେ ୪ ଜିଲ୍ଲାକୁ ସବୁଠୁ ଅଧିକ ବିପଦ

ଭୁବନେଶ୍ୱର: ଆସନ୍ତାକାଲି ବାତ୍ୟାର ରୂପ ନେବ ୟସ୍। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ପାରାଦୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ୍ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆଇଏମ୍ ଡି ମହାନିର୍ଦ୍ଦେଶକ କହିଛନ୍ତି ।

ତେବେ ବାତ୍ୟାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର. ଭଦ୍ରକ ଏହି ୪ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହେବେ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଉପକୂଳରେ ସମୟ ସମୟରେ ପବନର ବେଗ ୧୮୫ କିଲୋମିଟର ହୋଇପାରେ । ୨୫ ରୁ ବର୍ଷା ଆରମ୍ଭ ହୋଇଯିବ, ୨୬ରେ ଉତ୍ତର ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ।

ଆଇଏମ୍ ଡି ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ୱେଲମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ୨୪ ତାରିଖରେ ଏହା ବାତ୍ୟାର ରୂପ ନେବାପରେ ‘ୟାସ୍’ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାପରେ ୨୬ରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ

Share

Leave a Reply

Your email address will not be published. Required fields are marked *

12 − three =