୧୨ ଓଏଏସଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୨ ଓଏଏସଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା | ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେଥିପାଇଁ ୧୨ ଓଏଏସ୍ କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ପଠା ଯାଇଛି। ତୁରନ୍ତ ସଂପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ ଓଏଏସ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୨ ଓଏଏସଙ୍କ ମଧ୍ୟରୁ ବରିଷ୍ଠ ଓଏଏସ ବେକାନନ୍ଦ ସାହୁ, ହେମନ୍ତ ସିଂ, ଶ୍ବେତ କୁମାର ଦାସ ଗଲେ ନୂଆପଡ଼ା। ଦୁର୍ଗାପ୍ରସାଦ ମହାପାତ୍ର, ଧୀରେନ୍ଦ୍ର ନାଥ କର ଗଲେ ବରଗଡ଼। ଅଯୋଧ୍ୟାକାନ୍ତ ଶତପଥୀ, ଦିଲ୍ଲୀପ ମହାପାତ୍ର ଗଲେ ବଲାଙ୍ଗୀର। ସନ୍ତୋଷ ଦାଶ, ଆଶିଷ ଜେନା, ଦେବାଶିଷ ପଟ୍ଟନାୟକଙ୍କୁ କରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପଠାଯାଇଛି । ସେହିପରି ମଧୁସୂଦନ ବେହେରା, ପ୍ରଭାତ ସାହୁଙ୍କୁ ସମ୍ବଲପୁର ପଠାଯାଇଛି।

Share

Leave a Reply

Your email address will not be published. Required fields are marked *

12 + four =