ଆଜି ଚିତଲାଗି ଅମାବାସ୍ୟା

ପୁରୀ: ଓଡ଼ିଆ ଘରେ ୧୨ ମାସରେ ୧୩ ପର୍ବ । ଶ୍ରୀମନ୍ଦିରରେ ଆଜି ଚିତଲାଗି ଅମାବାସ୍ୟା । ମହାପ୍ରଭୁଙ୍କୁ ଲାଗି ହେବ ରତ୍ନଚିତା । ଜଗନ୍ନାଥଙ୍କୁ ହୀରା ଚିତା, ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନ ଚିତା ଲାଗି ହେବ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ । ଏହାପରେ ଶ୍ରୀଜିଉ ମାନଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବା ପରେ ପତି ମହାପାତ୍ର, ବାଡଗ୍ରାହୀ ଦଇତା ଚିତାଲାଗି କାର‌୍ୟ୍ୟ କରିବେ । ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜିଉ ମାନଙ୍କ ଶ୍ରୀକପାଳ ଦେଶରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

19 + 20 =