ମହାପ୍ରସାଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ() ଧର୍ମ ମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ । କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରଠାରେ ଟୋକନ ମାଧ୍ୟମରେ ମହାପ୍ରସାଦ ନେବାକୁ ବ୍ୟବସ୍ଥା କରାଯାଇଛି ।

ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାପ୍ରସାଦ ପାଇଁ ଦୁଇଟି ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି । ସୁଆର ଓ ମହାସୁଆର ନିଯୋଗ ପ୍ରତିନିଧିଙ୍କ ଜରିଆରେ ମହାପ୍ରସାଦ ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ କିଭଳି ଅଧିକ ସୁବିଧାରେ ମହାପ୍ରସାଦ ମିଳିପାରିବ ସେନେଇ ମଧ୍ୟ ନଜର ରହିଛି । ତେଣୁ ଆଗାମୀ ଦିନରେ ଏଥିପାଇଁ ଟୋଲ ଫ୍ରି ନମ୍ବର ବି ଜାରି କରିବାକୁ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

Share

Leave a Reply

Your email address will not be published. Required fields are marked *

15 − 8 =