ଓଡିଶା ଆସିବ ୩ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ଆଗେଇ ଚାଲିଛି ଟିକାକରଣ କାର୍ଯ୍ୟ । କିନ୍ତୁ ଆଉ ଦିନକ ମଧ୍ୟରେ ରାଜ୍ୟରେ ମହଜୁଦ ଥିବା ଟିକା ଶେଷ ହୋଇଯିବାର ଆଶଙ୍କା ରହିଥିବା କାରଣରୁ ତୁରନ୍ତ କୋଭିସିଲଡ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।ତେବେ ଆଜି ଓଡିଶା ଆସି ପହଞ୍ଚିବ ୩ଲକ୍ଷ ୪୯ ହଜାର ଟିକା | ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା | ହେଲେ ରାଜ୍ୟରେ ଚାଲିଥିବା ବ୍ୟାପକ ଟିକାକରଣ ପାଇଁ ଏହା ସମୁଦ୍ରକୁ ଶଂଖେ । ଯେତିକି ଟିକା ଆସୁଛି ତାହା ମାତ୍ର ତିନି ଦିନ ଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |ବର୍ତମାନ ରାଜ୍ୟରେ ୩ଲକ୍ଷ ୪୭ ହଜାର କୋଭିସିଲଡ ଟିକା ମହଜୁଦ ରହିଛି|


ଅନ୍ୟପକ୍ଷେ ସୀମାବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସଂପୂର୍ଣ୍ଣ ଆଲର୍ଟରେ ଅଛନ୍ତି । ଏସବୁ ସ୍ଥାନରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସିଡିଏମଓ ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । କୋଭାକ୍ସିନ ଭୁବନେଶ୍ୱରରେ ଦିଆଯାଉଥିବାବେଳେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ କୋଭିସିଲ୍ଡ ଦିଆଯାଉଛି । ସୋମବାର ସକାଳ ସୁଦ୍ଧା ରାଜ୍ୟରେ ୬ଲକ୍ଷ ୨ହଜାର ୪୩୦ କୋଭିସିଲଡ ଓ ୧ଲକ୍ଷ ୪୮ ହଜାର ୫୫୦ କୋଭାକସିନ ଡୋଜ ଉପଲବ୍ଧ ଥିଲା । ସୋମବାର ଗୋଟିଏ ଦିନରେ ୨ଲକ୍ଷ ୬୩ ହଜାର ୪୧ ଡୋଜ ଟିକା ଦିଆଯାଇସରିଛି । ଯଦି କେନ୍ଦ୍ର ତୁରନ୍ତ ଟିକା ଯୋଗାଇ ନଦେବ ତାହେଲେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସରକାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + 2 =