ଜଷ୍ଟିସ ଏନ.ଭି ରମନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ୍‌ ରମନାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଆସନ୍ତା ଏପ୍ରିଲ ୨୪ରେ ଦାୟିତ୍ୱ ନେବେ ଜଷ୍ଟିସ ଏନ୍.ଭି ରମନା । ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ରମନା । ଏପ୍ରିଲ ୨୩ରେ ଅବସର ନେବେ ସିଜେଆଇ ଏସ.ଏ ବୋବଡେ |ଜଷ୍ଟିସ୍‌ ରମନା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେଙ୍କ ପରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍‌ । ମାର୍ଚ୍ଚ ୨୪ ତାରିଖରେ ଚିଫ୍‌ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ରମନାଙ୍କ ନାଁକୁ ସୁପାରିଶ କରିଥିଲେ ।

୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ମଧ୍ୟ ପ୍ରଦେଶର କୃଷ୍ଣା ଜିଲ୍ଲା ପୋନ୍ନବରମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା । ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଥିଲେ । ରାଜ୍ୟର ଦ୍ୱିତୀୟ ବ୍ୟକ୍ତି ଭାବେ ଏହି ସମ୍ମାନଜନକ ପଦବୀରେ ବସିବାକୁ ଯାଉଛନ୍ତି ଜଷ୍ଟିସ ଏନ.ଭି ରମନା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେଇଥିବା ରମନା ସିଜେଆଇ ଏସ.ଏ ବୋବଡେଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ ।

Share

Leave a Reply

Your email address will not be published. Required fields are marked *

4 × three =