ଆଉ ୨୬୧୭ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର() ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୬୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୨୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦୯୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦୬ ଜଣ, ବରଗଡ଼ରୁ ୧୪୮ ଜଣ, କଟକରୁ ୧୩୬ ଜଣ,କେନ୍ଦ୍ରପଡ଼ାରୁ ୧୩୨ ଜଣ, ଅନୁଗୁଳରୁ ୧୧୫ ଜଣ,ଯାଜପୁରରୁ ୧୧୨ ଜଣ, ବଲାଙ୍ଗୀରରୁ ୧୦୯ ଜଣ, କେନ୍ଦୁଝରରୁ ୧୦୭ ଜଣ,ସମ୍ବଲପୁରରୁ ୧୦୬ ଜଣ, ମୟୂରଭଞ୍ଜରୁ ୧୦୧ ଜଣ,ସୁନ୍ଦରଗଡ଼ରୁ ୯୧ ଜଣ, ପୁରୀରୁ ୭୯ ଜଣ, ବାଲେଶ୍ବରରୁ ୭୯ ଜଣ, ଢ଼େଙ୍କାନାଳରୁ ୭୪ ଜଣ,ମାଲକାନଗିରିରୁ ୬୭ ଜଣ, ନବରଙ୍ଗପୁରରୁ ୫୯ ଜଣ, ଭଦ୍ରକରୁୁ ୪୯ ଜଣ, ଝାରସୁଗୁଡାରୁ ୪୬ ଜଣ, ଜଗତସିଂହପୁରରୁ ୪୫ ଜଣ,କଳାହାଣ୍ଡିରୁ ୪୪ ଜଣ, ଗଞ୍ଜାମରୁ ୪୩ ଜଣ, କୋରାପୁଟରୁ ୪୩ ଜଣ, ନୟାଗଡ଼ରୁ ୩୮ ଜଣ, କନ୍ଧମାଳରୁ ୩୨ ଜଣ, ରାୟଗଡ଼ାରୁ ୨୬ ଜଣ, ସୋନପୁରରୁ ୨୩ ଜଣ, ବୌଦ୍ଧ ଓ ଦେବଗଡ଼ରୁ ୧୮ ଜଣ ଲେଖାଏଁ, ଗଜପତିରୁ ୭ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

5 × four =