Latestଜାତୀୟ

କୋମାରେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ () ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇନି। ଅପରପକ୍ଷେ ସେ ଗଭୀର କୋମାକୁ ଚାଲିଯାଇଥିବା ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ବୁଧବାର ଜାରି ମେଡିକାଲ ବୁଲେଟିନରେ କୁହାଯାଇଛି। ମୁଖାର୍ଜୀ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ତାଙ୍କୁ ଜୀବନରକ୍ଷକ ପ୍ରଣାଳୀରେ ରଖାଯାଇଛି।

ଗତ ୧୬ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାରକୁ ଅପେକ୍ଷା କରାଯାଇଥିବା ବେଳେ କ୍ରମଶଃ ସେ ଗଭୀର କୋମାକୁ ଚାଲିଯାଇଛନ୍ତି ବୋଲି ମେଡିକାଲ ବୁଲେଟିନରେ ସୂଚିତ କରାଯାଇଛି। ତାଙ୍କ ଫୁସଫୁସ୍‌ ସଂକ୍ରମଣ ଜଣାପଡିବା ପରେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କ କିଡନୀ ମଙ୍ଗଳବାରଠାରୁ କାମ କରିବା ବନ୍ଦ କରିଦେଇଥିବା ବୁଲେଟିନରେ କୁହାଯାଇଛି।

ତଥାପି ମୁଖାର୍ଜୀଙ୍କ କ୍ଲିନିକାଲ ପାରାମିଟର ଏବେବି ଠିକ୍‌ ଥିବା ଡାକ୍ତରମାନେ କହିଛନ୍ତି। ୮୪ ବର୍ଷ ବୟଷ୍କ ମୁଖାର୍ଜୀ ଗତ ଅଗଷ୍ଟ ୧୦ ତାରିଖ ଦିନ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

two + 7 =