ପୁରୀରେ ରଥଯାତ୍ରାକୁ ଅନୁମତି

ନୂଆଦିଲ୍ଲୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ ବାସଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ ମାମଲାର ଶୁଣାଣି କରିଛନ୍ତି ।

ପ୍ରକାଶ ଯେ, ଆଜି ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇଥିଲେ । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ସମର୍ଥନ ଜଣାଇଥିଲେ । ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାର ସମ୍ପତି ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

4 × 1 =