ରଥଯାତ୍ରା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିଛନ୍ତି

ପୁରୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ ବାସଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ ମାମଲାର ଶୁଣାଣି କରିଛନ୍ତି ।

ରଥଯାତ୍ରା ନେଇ ପୁରୀ ଜିଲ୍ଳା ପ୍ରଶାସନର ଚୂଡ଼ାନ୍ତ ନିଷ୍ପତ୍ତି ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାପାଳ ପ୍ରଶାସନର ନିଷ୍ପତ୍ତିକ୍ରମେ, ରଥ ଯାତ୍ରା ପାଇଁ ଜିଲ୍ଳା ପ୍ରଶାସନ ପ୍ରସ୍ତୁତ ଅଛି।ଏ ନେଇ ଜିଲ୍ଲା ପ୍ରଶାସନ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମେତ କିଛି ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା। ଜିଲ୍ଳା ପ୍ରଶାସନ କହିଛନ୍ତି ଯେ, ଆମେ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ। ସମସ୍ତେ ମାସ୍କ ପିନ୍ଧି ରଥଯାତ୍ରା କାର୍ୟ୍ୟ ସମ୍ପାଦନ କରିବେ। ପ୍ରତ୍ୟେକ ବିଭାଗ କିପରି ସେମାନେ ନିଜର କାର୍ୟ୍ୟ କରିବେ ନେଇ ଆଲୋଚନା ହୋଇଛି। ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସଂପର୍କରେ ସୂଚନା ଦେଇଛନ୍ତି।

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରତିକି୍ରୟା ଦେଇଛନ୍ତି ,ସେ କହିଛନ୍ତି ରଥଯାତ୍ରା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିଛନ୍ତି । ଯାହା ବି ନିଷ୍ପତି ହେବ ସେହି ହିସାବରେ କାର୍ଯ୍ୟ ହେବ ।

ସୂଚନା ଅନୁସାରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଡିଜିପି ଅଭୟ ପୁରୀ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ସେମାନେ ପୁରୀ ଯାଇଛନ୍ତ। ସେଠାରେ ଉଭୟ କ୍ୟାମ୍ପ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିବେ ବୋଲି ଜଣାଯାଇଛି ।

ଅନ୍ୟପକ୍ଷରେ ବଡ଼ଦାଣ୍ଡରେ ଛିଡ଼ା ହୋଇଥିବା ୩ଟି ରଥକୁ ଯାଞ୍ଚ କରାଯାଇଛି । ଏଏସଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩ଟି ରଥକୁ ଯାଞ୍ଚ କରାଯାଇଛି । ଏଏସଆଇ ବିଶେଷଜ୍ଞ କୋର କମିଟି ସଦସ୍ୟ ଏନ.ସି ପାଲଙ୍କ ଦ୍ୱାରା ରଥ ଯାଞ୍ଚ କରାଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସମ୍ପର୍କରେ ଆଜି ଅପରାହ୍ନରେ ସମୀକ୍ଷା କରିବେ । ଏହା ପୂର୍ବରୁ ଆଇନମନ୍ତ୍ରୀ ପ୍ରତାପ ଜେନା ଅପରାହ୍ନ ୪ଟାରେ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରୁଛନ୍ତି ।

 

Share

Leave a Reply

Your email address will not be published. Required fields are marked *

4 × 5 =