ଆଉ ୧୪୬ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଆଜି ନୂଆ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୧୨୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ବାକି ୧୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜି ୧୫ଟି ଜିଲ୍ଲାରୁ ୧୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି , ଯେବେକି ନୟାଗଡ଼ରୁ ୪ ଜଣ, ଝାରସୁଗୁଡାରୁ ଜଣେ, ରାୟଗଡା ଜିଲ୍ଲାରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଅଛନ୍ତି ।

ଅନ୍ୟ ପକ୍ଷରେ ବାଲେଶ୍ୱରରୁ ୮ ଜଣ, ଜଗତସିଂହପୁରରୁ ୪ ଜଣ, ଢେଙ୍କାନାଳରୁ ଜଣେ, ଅନୁଗୁଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରୁ ୮ ଜଣ, ସୋନପୁରରୁ ୨ ଜଣ, ଭଦ୍ରକରୁ ୧୯ ଜଣ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଅଛନ୍ତି । ଏହାସହିତ ଅମ୍ପନ ମୁକାବିଲା ପାଇଁ ପଶ୍ଚିମ ବଙ୍ଗରୁ ଆସିଥିବା ୯ ଜଣ ଅଗ୍ନିଶମ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 4 =