ସାମାଜିକ ଦୂରତାକୁ ଫୁ କଲେ ସାଂସଦ

ଭୁବନେଶ୍ବର()   ନିୟମ ଭାଙ୍ଗିଲେ, ଫାଇନ ବି ଦେଲେ । ସାମାଜିକ ଦୂରତା ନିୟମ ଭାଙ୍ଗିବା ସହ କୋଭିଡ କଟକଣାକୁ ବେଖାତିର କରିବା ପରେ ଟୁଇଟ୍‌ କରି ସଫେଇ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ  ଭୁବନେଶ୍ୱର ଡିସିପିଙ୍କ ଉର୍ଦ୍ଦେଶ୍ୟରେ ଅପରାଜିତା ଶହେ ଟଙ୍କା ପଠାଇଥିବା ଟୁଇଟ ଯୋଗେ ଜଣାଇଛନ୍ତି । ସାମାଜିକ ଦୂରତା ନିୟମ ଭାଙ୍ଗିଥିବା ତାଙ୍କ ସହକର୍ମୀମାନେ ମଧ୍ୟ ଫାଇନ ଦେବାକୁ ସେ ନିବେଦନ କରିଛନ୍ତି । ଗତକାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରବାହୁଡା ନାଟକ ସମୟରେ ସାଂସଦ ଦଳୀୟ କର୍ମୀଙ୍କ ସହ ଫଟୋ ପୋଜ ଦେଇଥିଲେ । ଯେଉଁ ଫଟୋରେ ସାଂସଦ ଅପରାଜିତାଙ୍କ ସହ ଜିଳ୍ଳା ସଭାପତି ବାବୁ ସିଂ,ଜଗନ୍ନାଥ ପ୍ରଧାନ ଓ କିଛି ଦଳୀୟ କର୍ମୀ ଉପସ୍ଥିିତ ଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟେ୍ରାଲ ହୋଇଥିଲେ ଅପରାଜିତା । ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବାରୁ କଳିଙ୍ଗ ସେନା ଓ ୟୁଥ ସୋସିଆଲ ଆକ୍ଟିଭିିଷ୍ଟ ଅଫ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଇଛିା ତେବେ ନିୟମ ପ୍ରକାରେ ଜୋରିମାନା ଯଥେଷ୍ଟ ନୁହେଁ । ଏହି ଘଟଣାରେ ସାଂସଦଙ୍କୁ ଗିରଫ କାହିଁକି କରାନଯିବ ବୋଲି ପ୍ରଶ୍ନ କରିଛି କଳିଙ୍ଗ ସେନା।

ଦଳୀୟ ନେତା ଓ କମୀର୍ କୋଭିଡ୍‌ କଟକଣା ଉଲଂଘନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ। ଭାବବିହ୍ୱଳ ପରିବେଶ ମଧ୍ୟରେ ଅଜାଣତରେ ଏଭଳି ଘଟଣା ଘଟିଯାଇଥିବା ସେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଏଥିପାଇଁ ମାମଲା ରୁଜୁ ହୋଇଥିବା ବେଳେ ସାଂସଦ ଜରିମାନା ମଧ୍ୟ ଦେଇଛନ୍ତି। ଆଗକୁ ଏହି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ସମସେ୍ତ ଧ୍ୟାନ ଦେବେ ବୋଲି ସେ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ସାମାଜିକ ଦୂରତା ରକ୍ଷା ନକରିବା ଓ ମାସ୍କ ବ୍ୟବହାର ନକରିବା ପାଇଁ ପ୍ରଥମ ଦୁଇଥର ୫ ଶହ ଓ ପରେ ଏକ ହଜାର ଟଙ୍କା ଫାଇନ ସ୍ଥିର ହୋଇଥିବା ବେଳେ ସାଂସଦ ଶହେ ଟଙ୍କା ଦେଲେ କେମିତି ? ସେପଟେ ଆଜି ମଧ୍ୟ ଘଟଣାର ପୁନରାବୃତ୍ତି ସହିତ ଏକା ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲା ସଭାପତି ବାବୁ ସିଂଙ୍କ ବାସଭବନରେ।

Share

Leave a Reply

Your email address will not be published. Required fields are marked *

15 − ten =