ବିଧାୟକ ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ରହିଛି । ଆଜି ରାଉରକେଲା ଡିଆଇଜି କେନ୍ଦୁଝର ଗସ୍ତ କରି ସିସିଟିଭି ଫୁଟେଜ ଦେଖିବା ସହ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

6 − 5 =