ଜୁଲାଇ ୧୮ରୁ ୨୩ ପର୍ୟ୍ୟନ୍ତ ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର() କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବାବେଳେ ପୂର୍ବରୁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।
ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଜୁଲାଇ ୧୮ ତାରିଖରୁ ଜେଇଇ ମେନ ଏଣ୍ଟ୍ରାନ୍ସ ଟେଷ୍ଟ ହେବ । ଜୁଲାଇ ୧୮ରୁ ୨୩ ତାରିଖ ପର୍ୟ୍ୟନ୍ତ ଜେଇଇ ମେନ ପରୀକ୍ଷା ଚାଲିବ । ଜୁଲାଇ ୨୬ରେ ନିଟ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଦିନ ଧାର୍ୟ୍ୟ କରାଯାଇଛି । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆ ସୂଚନା ଦେଇଛନ୍ତି । ତେବେ ଜେଇଇ ଆଡଭାନ୍ସ କେବେ ହେବ ସେ ନେଇ ପରେ ଦିନ ଧାର୍ୟ୍ୟ ହେବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − 1 =