ଫନୀ ମୁକାବିଲାରେ ଓଡିଶା ପୋଲିସ, ଏକ ପ୍ରାମାଣିକ ଚିତ୍ର

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ପୋଲିସ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫନୀ 2019-ମୁକାବିଲାରେ ଓଡିଶା ପୋଲିସର ଭୁମିକା’ର ଉନ୍ମୋଚନ କରିଛନ୍ତି । ଏହି ପ୍ରାମାଣିକ ଚିତ୍ରରେ ଫନୀ ବାତ୍ୟା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ପୋଲିସର ସହାୟତା କାର୍ଯ୍ୟ ସଂପର୍କରେ ଉପସ୍ଥାପନା କରାଯାଇଛି ।

ଫନୀ ବାତ୍ୟା ସମୟରେ ପ୍ରାଭାବିତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଆଇନ ଶୃଙ୍ଖଳା ରକ୍ଷା, ରିଲିଫ ସାମଗ୍ରୀ ପରିବହନ ଓ ବଣ୍ଟନ, ରନ୍ଧା ଖାଦ୍ୟ ଯୋଗାଣ ସମେତ ଆହତ ଲୋକଙ୍କ ଚିକିତ୍ସା ସୁବିଧା ଆଦି କ୍ଷେତ୍ରରେ ପୋଲିସର କାର୍ଯ୍ୟ ସଂପର୍କରେ ଏହି ପ୍ରାମାଣିକ ଚିତ୍ର ଏକ ଗୁରୁତ୍ବପୂର୍ଣ୍ଣ ଦଲିଲ ।

ଫନୀ ବାତ୍ୟା ସମୟରେ ରାଜ୍ୟ ପୋଲିସଲ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଏହି ପ୍ରାମାଣିକ ଚିତ୍ରଟି ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟ ସମୟରେ ପୋଲିସକୁ ମାର୍ଗଦର୍ଶନ ଦେବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।

Share

Leave a Reply

Your email address will not be published. Required fields are marked *

18 + fifteen =