କଂଗ୍ରେସରେ ଯୋଗ ଦେବା ପାଇଁ ସପନାଙ୍କ ସର୍ତ୍ତ, ଜାଣନ୍ତୁ …

ହରିୟାଣର ଡ୍ୟାନ୍ସର ଏବଂ ବିଗ୍ ବସର ଫେମ୍ ସପନା ଚୌଧୁରୀ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସପନା ବିଗତ ଦେଢ ମାସ ଧରି କଂଗ୍ରେସ ସମ୍ପର୍କରେ ରହିଆସିଛନ୍ତି। ରିପୋର୍ଟ ଅନୁଯାୟୀ ସପନା ଚୌଧୁରୀ କଂଗ୍ରେସ ଦଳ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ, ଯାହା ପାଇଁ ସେ ବର୍ତ୍ତମାନ ପର୍ୟ୍ୟନ୍ତ କଂଗ୍ରେସ ଦଳରେ ସାମିଲ ହୋଇ ପାରିନାହାନ୍ତି।

ରିପୋର୍ଟ ଅନୁଯାୟୀ ସେ କହିଥିଲେ କି , ଯଦି ତାଙ୍କୁ କଂଗ୍ରେସ ଦଳ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦିଆଯାଏ ତେବେ ସେ ପାର୍ଟିରେ ଯୋଗ କରିବେ ଅଥବା ନାହିଁ। ତେବେ ଏନେଇ ବର୍ତ୍ତମାନ କଂଗ୍ରେସ ସପନାଙ୍କୁ ମଥୁରାରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛି ବୋଲି ଜଣାପଡିଛି। ସପନାଙ୍କର ୟୁପି ଏବଂ ବିହାରରେ ଅନେକ ଲୋକପ୍ରିୟତା ରହିଥିବା ଦେଖି କଂଗ୍ରେସ ଦଳ ତାଙ୍କୁ ନିର୍ବାଚନରେ ଠିଆ କରିବ ବୋଲି କୁହାଯାଉଛି। ଖବର ଅନୁଯାୟୀ ମଥୁରାରେ ହେମାମାଳିନୀଙ୍କ ବିପକ୍ଷରେ ସପନା ଚୌଧୁରୀ ନିର୍ବାଚନ ଲଢିପାରନ୍ତି।

୧୨ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିବା ସପନା ଚୋଧୁରୀ ସଂଘର୍ଷ କରି ନିଜ ପରିବାରର ଦେଖାଶୁଣା କରିଛନ୍ତି। ପିତାଙ୍କ ମୃତ୍ୟୁ ପରେ ମା ନିଲମ ଚୌଧୁରୀ ଏବଂ ଭାଇ-ଭଉଣୀଙ୍କ ଦାୟିତ୍ବ ସପନା ନିଜେ ବହନ କରିଥିଲେ। ସେ ସଙ୍ଗୀତ ଏବଂ ନୃତ୍ୟକୁ କେବଳ ନିଜର ଭବିଷ୍ୟତ କରିନଥିଲେ ବରଂ ଏଥିରେ ସେ ନିଜର ପୁରା ପରିବାରର ଦାୟିତ୍ବ ତୁଲାଉଥିଲେ।

Share

Leave a Reply

Your email address will not be published. Required fields are marked *

5 + 18 =