ଦିଲ୍ଲୀ ଆସୁଥିବା ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ଆଫଗାନିସ୍ତାନ() ଆଫଗାନିସ୍ଥାନ ରୁ ଦିଲ୍ଲୀ ଆସୁଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଆଫଗାନିସ୍ତାନର ପୂର୍ବ ଗଜନି ପ୍ରାନ୍ତ ଅଞ୍ଚଳରେ ସୋମବାର ସ୍ଥାନୀୟ ସମୟାନୁସାରେ ଦିନ ୧ଟା୩୦ ମିନିଟ ସମୟରେ ଏହି ବିମାନଟି କ୍ରାଶ ହୋଇଥିବା ଜଣାପଡିଛି । ଯେଉଁ ଇଲାକାରେ ବିମାନଟି କ୍ରାଶ ହୋଇଛି ତାହା ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ନିୟନ୍ତ୍ରଣ ଅଞ୍ଚଳ ବୋଲି ଜଣାପଡିଛି । ତାଲିବାନ ନିୟନ୍ତ୍ରଣାଧୀନ ଅଞ୍ଚଳ ହୋଇଥିବାରି ବିମାନରେ କେତେ ଜଣ ମୃତାହତ ହୋଇଛନ୍ତି ତାର ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇପାରିନାହିଁ ।

ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସି ଏରିୟାନା ସୂଚନା ଅନୁସାରେ ହେରାତ ବିମାନ ବନ୍ଦରର ଟ୍ରାଫିକ କଣ୍ଟ୍ରୋଲ ଅଧିକାରୀଙ୍କ କହବାନୁଯାୟୀ ଏହି ବିମାନ ଏରିୟାନା ଆଫଗାନ ଏୟାରଲାଇନ୍ସର ଥିଲା ବୋଲି ଜଣାପଡିଛି । ଏଥିରେ ୧୧୦ ଜଣ ଯାତ୍ରୀ ହେରାତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ ।

Share

Leave a Reply

Your email address will not be published. Required fields are marked *

four × four =