ଦୁଃଖପ୍ରକାଶ କଲେ ପାଟଣାଗଡ ବିଧାୟକ

ବଲାଙ୍ଗିର ()  ପାଟଣାଗଡର ନବନିର୍ବାଚିତ ବିଧାୟକ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଆଉ ଏବେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ସେ କହିଛନ୍ତି, ଗତକାଲି ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ତାଙ୍କୁ ପଦକ୍ଷେପ ନେବାକୁ ପଡିଥିଲା । କିଛି କରିନଥିଲେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥାନ୍ତା ବୋଲି କହିଛନ୍ତି ପାଟଣାଗଡର ନବ ନିର୍ବାଚିତ ବିଧାୟକ । ତେବେ ଏପରି ଘଟଣା ପାଇଁ ଦୁଃଖପ୍ରକାଶ କରିଛନ୍ତି ସରୋଜ ମେହେର ।

ସୂଚନାଯୋଗ୍ୟ ଯେ, ପାଟଣାଗଡର ନବନିର୍ବାଚିତ ବିଧାୟକଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଉଥିବା ଦେଖିବାକୁ ମିଳିଛି। ସଂପୃକ୍ତ ଅଧିକାରୀଙ୍କୁ ୫ ମିନିଟ୍ରେ ୧୦୦ ଥର ଉଠବସ ହେବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଭିଡିଓରେ ରହିଛି। ତେବେ ଏହି ଅଧିକାରୀ ଦୁଇଥର ଉଠବସ ହୋଇ ରହିଯାଉଛନ୍ତି। ବିଧାୟକଙ୍କ କଙ୍ଗାରୁ କୋର୍ଟରେ ଦଳୀୟ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ଜେଇ ଉଠବସ ନହେଲେ ତାଙ୍କୁ ମାଡ ମାରିବା ପାଇଁ ମଧ୍ୟ ବିଧାୟକ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି।

Share

Leave a Reply

Your email address will not be published. Required fields are marked *

seventeen − 3 =