ପାର୍ସଲ ବୋମା ବିସ୍ଫୋରଣ ଘଟଣାେର ପୁଞ୍ଜିଲାଲ ବିରୋଧରେ  ଚାର୍ଜସିଟ ଦାଖଲ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ପାଟଣାଗଡ଼଼ ଏସ୍‌ଡିଜେଏମ କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି । କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ ।କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିବା ବେଳେ ବିସ୍ଫୋରଣରେ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ଓ ଶାଶୁ ଜେନାମଣିଙ୍କ ମୃତ୍ୟୁ ହୋଇଥିଲା। ଆହୁରି ୩ଜଣ ରାଜସାକ୍ଷୀ ଓ ଫରେନ୍ସିକ ସାଇନ୍ସର ଦୁଇଟି ରିପୋର୍ଟ ହସ୍ତଗତ ହୋଇଥିବାରୁ ତଦନ୍ତ ବନ୍ଦ ନକରି ଜାରି ରଖିବାକୁ କୋର୍ଟଙ୍କୁ ନିବେଦନ କରାଯାଇଛି । ତଦନ୍ତ ଦାୟିତ୍ୱ ନେବାର ୧୨୦ ଦିନ ପରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା  ଏପ୍ରିଲ ୨୫ ତାରିଖରେ ଘଟଣାର ମାଷ୍ଟର୍‌ମାଇଣ୍ଡ୍ ପୁଞ୍ଜିଲାଲ ଗିରଫ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

15 + 7 =