ମୂଲ୍ୟହୀନ କଟକଣା

ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ବେଙ୍ଗାଲୁରୁର ଜଣେ ମହିଳା ପର‌୍ୟ୍ୟଟକ ଏହି ଫଟୋକୁ ନିଜ ଫେସ୍ବୁକ୍ରେ ଅପ୍ଲୋଡ୍ କରିଛନ୍ତି । ମହିଳା ପର‌୍ୟ୍ୟଟକଙ୍କ ନାଁ ମେଘା ଲୁଥ୍ରା । ସେ ଇଣ୍ଡିଗୋ ଏୟାରଲାଇନ୍ସର କ୍ୟାବିନ୍ କର୍ମଚାରୀ ଭାବେ କାର‌୍ୟ୍ୟ କରୁଛନ୍ତି ଏବଂ ଜଳନ୍ଧରରେ ରୁହନ୍ତି। ତେବେ ଶ୍ରୀମନ୍ଦିରକୁ ମୋବାଇଲ ନେବା ନେଇ କଟକଣା ରହିବା ବେଳେ ସେ କିପରି ମନ୍ଦିର ଭିତରେ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହା ସହିତ ଏତେ କଟକଣା ପରେ ବି କିଭଳି ପର‌୍ୟ୍ୟଟକ ସଚେତନ ହେଉ ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ପର‌୍ୟ୍ୟଟକଙ୍କୁ ଠିକ୍ ଭାବେ ସଚେତନ କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

eight + one =