Business

୭୭% ଭାରତୀୟ ସେମାନଙ୍କ ଜୀବନର ଅଧିକାଂଶ ସ୍ମରଣୀୟ ମୁହୁର୍ତ୍ତ ଲିଭିଂ ରୁମ୍‌ରେ ବିତାଇଥାନ୍ତି: ଗୋଦରେଜ୍‌ର “ମୋମେଂଟ୍‌ସ ଦାଟ୍ ମ୍ୟାଟର୍‌” ସର୍ବେକ୍ଷଣ

ଭୁବନେଶ୍ୱର: ଗୋଦରେଜ୍ ଏଂଟରପ୍ରାଇଜ୍ ଗ୍ରୁପ୍‌ର ଅବସରପ୍ରାପ୍ତ ବ୍ରାଣ୍ଡ୍ ଇଂଟେରିଓ ବାଏ ଗୋଦରେଜ୍ ପକ୍ଷରୁ ‘ମୋମେଂଟ୍‌ସ ଦାଟ୍ ମ୍ୟାଟର’ ସର୍ବେକ୍ଷଣ ଉନ୍ମୋଚନ କରାଯାଇଛି। ଆଧୁନିକ ଭାରତୀୟ ଗ୍ରାହକଙ୍କ ଆବେଗିକ କଲ୍ୟାଣ, ସଂଯୋଗ ଓ ଆରାମ ପାଇଁ ଘର ଓ କାର୍ଯ୍ୟକ୍ଷେତ୍ରରେ ଦୈନନ୍ଦୀନ ଅନଭୂତିକୁ ଉନ୍ନତ କରିବା ପାଇଁ ଏହି ସର୍ବେକ୍ଷଣରେ ପ୍ରୟାସ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ଲୋକମାନେ ଶୟନ କକ୍ଷ, ରୋଷେଇ ଘର ଓ ବ୍ୟକ୍ତିଗତ ସମୟ ବିତାଇବା ପାଇଁ ନିଜର ଲିଭିଂ କ୍ଷେତ୍ର ବା ଚଳପ୍ରଚଳ ସ୍ଥାନକୁ ବ୍ୟବହାର କରୁଛନ୍ତି।
ଏ ସମ୍ପର୍କରେ ଇଂଟେରିଓ ବାଏ ଗୋଦରେଜ୍‌ର ବରିଷ୍ଠ ଉପସଭାପତି ଓ କଂଜ୍ୟୁମର ବିଜନେସ୍ ମୁଖ୍ୟ ଡକ୍ଟର ଦେବ ନାରାୟଣ ସରକାର କହିଛନ୍ତି ଯେ, “‘ମୋମେଂଟସ୍ ଦାଟ୍ ମ୍ୟାଟର’ ସର୍ବେକ୍ଷଣ ଏକ ଗବେଷଣାଠାରୁ ଅଧିକ। ଭାରତୀୟ ଗ୍ରାହକମାନେ ନିଜ ଘର ଓ କାର୍ଯ୍ୟକ୍ଷେତ୍ର ଡିଜାଇନକୁ କେଉଁ ଭଳି ଦେଖୁଛନ୍ତି ତାହାର ଏକ ଦୃଷ୍ଟିକୋଣ ଏହା ପ୍ରଦାନ କରୁଛି। ଏକ ଦ୍ରୁତ ଗତିରେ ବଢ଼ୁଥିବା ଦୁନିଆରେ ଘର ଓ କାର୍ଯ୍ୟକ୍ଷେତ୍ର କେବଳ ଏକ କ୍ଷେତ୍ର ଭିତରେ ସୀମିତ ନାହିଁ, ତାହା ବର୍ତ୍ତମାନ ଯୋଗାଯୋଗ ଓ ବ୍ୟକ୍ତିଗତ ଭାବ ପ୍ରକାଶର ଉପଯୁକ୍ତ ସ୍ଥାନରେ ପରିଣତ ହୋଇଛି। ଏହି ସର୍ବେକ୍ଷଣ ଭାରତୀୟ ଓ ସେମାନଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଗଢ଼ି ଉଠୁଥିବା ସମ୍ପର୍କକୁ ବୁଝିବା ପାଇଁ ଇଂଟେରିଓର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଧୁନିକ ଭାରତୀୟ ଗ୍ରାହକଙ୍କ ପାଇଁ ପ୍ରକୃତରେ ଗୁରୁତ୍ୱ ରଖୁଥିବା ମୁହୂର୍ତ୍ତକୁ ସମୃଦ୍ଧ କରିବା ପାଇଁ ଆସବାବପତ୍ର ସୃଷ୍ଟି କରି ଦୈନନ୍ଦୀନ ପରିବେଶକୁ ଭାରତୀୟମାନେ କିଭଳି ଅନୁଭବ କରୁଛନ୍ତି ସେହି ରୂପାନ୍ତରଣର ନେତୃତ୍ୱ ନେବାକୁ ଆମେ ଲକ୍ଷ୍ୟ ରଖିଛୁ।”
ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆଧୁନିକ ଦୁନିଆର ଚାପ ମଧ୍ୟରେ ଭାରତୀୟ ଘରଗୁଡ଼ିକୁ ଆବେଗିକ ସନ୍ତୁଳନ ରକ୍ଷା କରିବାର ଉପାଦାନ ଭାବେ ଦେଖାଯାଉଛି। ଘରେ ଶୟନ କକ୍ଷ ଆବେଗର ମୂଳକେନ୍ଦ୍ରରେ ପରିଣତ ହୋଇଛି। ୯୦ ପ୍ରତିଶତ ଉତ୍ତରଦାତା ତାହାକୁ ବ୍ୟକ୍ତିଗତ ଓ ବିଶ୍ରାମ ସହ ଯୋଡ଼ିଥିବା ବେଳେ ୭୪ ପ୍ରତିଶତ ତାହାକୁ ଘରର ସ୍ମରଣୀୟ ମୁହୂର୍ତ୍ତ କହିଛନ୍ତି।
ରୋଷେଇ ଘର ମଧ୍ୟ କେବଳ ଏକ ସାଧାରଣ କ୍ଷେତ୍ରଠାରୁ ଆଗକୁ ବଢ଼ି ଆବେଗରେ ପରିଣତ ହୋଇଛି। ୯୭ ପ୍ରତିଶତ ଉତ୍ତରଦାତା ତାହାକୁ ରୋଷେଇ ସହିତ ପରିବାର ସହ ସମ୍ପର୍କକୁ ମଜଭୁତ କରିବା ସହ ଯୋଡ଼ିଛନ୍ତି। ଅଭ୍ୟର୍ଥନା କକ୍ଷ ଓ ଲିଭିଂ ରୁମ୍ ଘରର ସାମାଜିକ ସ୍ଥଳରେ ପରିଣତ ହୋଇଛି। ଭୋଜନ ସମୟକୁ ଘରର ସବୁଠୁ ଉଲ୍ଲାସପୂର୍ଣ୍ଣ ସମୟ ଭାବେ ବିଚାର କରାଯାଉଛି ଯେଉଁଠାରେ ସମଗ୍ର ପରିବାର କଥାବାର୍ତା ଓ ହସଖୁସିରେ ବିତାଉଛନ୍ତି।
ଘରର ବାଲ୍‌କୋନି ସହରାଚଂଳ ଅଭୟାରଣ୍ୟରେ ପରିଣତ ହୋଇଛି। ଚାରିରୁ ତିନି ଜଣ ଉତ୍ତରଦାତା ତାହାକୁ ଶାନ୍ତିର ଏକ ସ୍ଥାନ ଭାବେ ବର୍ଣ୍ଣନା କରିଛନ୍ତି। ୫୩ ପ୍ରତିଶତ କହିଛନ୍ତି ଯେ ବାଲ୍‌କୋନିରେ ସକାଳ ମୁହୁର୍ତ୍ତ ସେମାନଙ୍କୁ ଦିନଟିକୁ ଭଲ ଢଙ୍ଗରେ ଆରମ୍ଭ କରିବାରେ ସାହାଯ୍ୟ କରିଥାଏ।
ସେହିପରି, କାର୍ଯ୍ୟକ୍ଷେତ୍ରରେ ସାଧାରଣ ଆଳାପ, କାଫେ ବିରତି ଓ ଭୋଜନକୁ ବାଂଟି ଖାଇବା ପରସ୍ପର ମଧ୍ୟରେ ସହଯୋଗିତା ଓ ଆପଣାପଣ ବଢ଼ାଇଥାଏ। ଆରମଦାୟକ, ପ୍ରେରଣାଦାୟୀ ଓ ବିଶ୍ୱସନୀୟ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ଭଲ ଭାବେ ଡିଜାଇନ ହୋଇଥିବା ସ୍ଥାନ ଓ ପ୍ରଥମ ଦିନରୁ ସ୍ୱାଗତଯୋଗ୍ୟ ପରିବେଶ ଜରୁରୀ।

Share

Leave a Reply

Your email address will not be published. Required fields are marked *

five × two =