ଧନତେରସରେ କେମିତି କିଣିବେ ସୁନା ?

ଆସନ୍ତାକାଲି ଧନତେରସ । ଏହା ଏକ ପବିତ୍ର ଦିନ ଭାବେ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ ଏହି ଦିନରେ ନୂଆ ଜିନିଷ ପୂଜା କଲେ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଥି ପାଇଁ ସମସ୍ତେ ଏହି ଦିନକୁ ଶୁଭ ବୋଲି ମାନିଥାନ୍ତି । ଏହି ଦିନରେ ଲୋକେ ସୁନା କିଣିବାକୁ ପସନ୍ଦ କରିଥାନ୍ତି ।
ସୁନାର ମୂଲ୍ୟ ତାହାର ଶୁଦ୍ଧତାରୁ ନିର୍ଦ୍ଧାରିତ ହୋଇଥାଏ, ଯେଉଁଥିରେ କ୍ୟାରେଟ୍ ବି ମପାଯାଏ । ସମାନ ଓଜନର ଦୁଇଟି ଖଣ୍ଡକୁ କ୍ୟାରେଟ୍ ଆଧାରରେ ଭିନ୍ନ ଭିନ୍ନ ମୂଲ୍ୟ ଦିଆଯାଏ । ସୁନାର ଶୁଦ୍ଧ ରୂପ ୨୪ କ୍ୟାରେଟ୍(୯୯.୯୯ ପ୍ରତିଶତ) ହୋଇଥାଏ । ଯେବେକି ୨୪ କ୍ୟାରେଟ୍ ସୁନା ନରମ ହୋଇଥାଏ ଓ ତାହାର ଆକାର ବିଗିଡିପାରେ । ମଜବୁତ ଓ ଡିଜାଇନ ପାଇଁ ସେଥିରେ ଅନ୍ୟ ଧାତୁ ମିଶାଯାଏ । ଏହା ଦ୍ୱାରା ସୁନ୍ଦର ଡିଜାଇନ୍ ପ୍ରସ୍ତୁତ କରିବାରେ ସହାୟତା ମିଳେ ।କ୍ୟାରେଟ୍ ଯେତେ ଅଧିକ ହେବ, ସୁନାର ଅଳଙ୍କାର ସେତେ ହିଁ ମହଙ୍ଗା ହେବ । ଉଚ୍ଚ କ୍ୟାରେଟ୍ ର ଅର୍ଥ ଅଳଙ୍କାରରେ ସୁନା ଅଧିକ ଏବଂ ଅନ୍ୟ ଧାତୁ କମ୍ । ସୁନାର ଶୁଦ୍ଧତା ବିଷୟରେ ଜାଣିବା ପାଇଁ ନିମ୍ନରେ କିଛି ତଥ୍ୟ ଦିଆଯାଇଛି ।
୨୪ କ୍ୟାରେଟ୍ ସୁନା : ଏହା ଶୁଦ୍ଧ ସୁନା ଓ ସଙ୍କେତ ଦିଏ କି ସମସ୍ତ ୨୪ ଭାଗ ଶୁଦ୍ଧ ଓ ଏଥିରେ ଅନ୍ୟ ଧାତୁ ମିଶି ନାହିଁ । ଏହାର ରଙ୍ଗ ସ୍ପଷ୍ଟ ରୂପରେ ଉଜ୍ଜ୍ୱଳ ହଳଦିଆ ରଙ୍ଗ ହୋଇଥାଏ । ଓ ଅନ୍ୟ କିସମ ତୁଳନାରେ ମହଙ୍ଗା ହୋଇଥାଏ ।
୨୨ କ୍ୟାରେଟ୍ ସୁନା : ଏହାର ଅର୍ଥ ଅଳଙ୍କାରରେ ୨୨ ଭାଗ ସୁନା ଅଛି ଓ ଶେଷ ୨ ଭାଗ ଅନ୍ୟାନ୍ୟ ଧାତୁ ଅଛି । ଏହି ପ୍ରକାରର ସୁନା ଅଳଙ୍କାର ତିଆରି କରିବାରେ ପ୍ରୟୋଗ ହୋଇଥାଏ । କାହିଁକିନା ଏହା ୨୪ କ୍ୟାରେଟ୍ ସୁନା ଠାରୁ ଅଧିକ କଠିନ ହୋଇଥାଏ ।
ଶୁଦ୍ଧତାର ଚିହ୍ନ : ଯେଉଁଥିରେ ସୁନାର ମାତ୍ରାର ମୂଲ୍ୟାଙ୍କନ କରାଯାଇଥିବ ଓ ଶୁଦ୍ଧତାର ଅନ୍ତର୍ଜାତୀୟ ମାନକକୁ ପାଳନ କରାଯାଇଥିିବ, ତାହା ହଲମାର୍କ ଅଳଙ୍କାର । ଏହି ମାର୍କ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଦିଆଯାଇଥାଏ ।

Share

Leave a Reply

Your email address will not be published. Required fields are marked *

twenty + 14 =