ବିଜେଡି ପ୍ରଶିକ୍ଷଣ ଶିବିର: ଭିସି ଜରିଆରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ।

ସେହିପରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ରାଜ୍ୟର ବିକାଶ ପାଇଁ ନବୀନ ଦିନ ରାତି କାମ କରୁଛନ୍ତି । ଏହାପରେ ଅନ୍ୟ ନେତା ଉଦବୋଧନ ଦେଇଛନ୍ତି । ଆସନ୍ତା ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ‘ବିଜୁ ଜନତା ଦଳ-ଏକ ସାମୂହିକ ଆନ୍ଦୋଳନ’ ସ୍ଳୋଗାନ ଦେଇ ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକର ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ଡକାଯାଇଛି । ଦିନ ତମାମ ପଦାଧିକାରୀଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ ।

Share

Leave a Reply

Your email address will not be published. Required fields are marked *

fourteen + one =