କାଲରାଜ ହେଲେ ହିମାଚଳ ପ୍ରଦେଶର ରାଜ୍ୟପାଳ

ନୂଆଦିଲ୍ଲୀ() ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶରର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ୟପଟେ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଗୁରୁରାଟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଦୁଇ ରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଆଦେଶ ଜାରି କରିଛନ୍ତି । ଦୁଇ ଜଣ ନିଜ ନିଜ ରାଜ୍ୟର ପଦ ସମ୍ଭାଳିବା ପରେ ନିଯୁକ୍ତି କାର୍ୟ୍ୟାକାରୀ ହେବ ।

ଆଚାର୍ୟ୍ୟ ଦେବବ୍ରତ ୧୨ ଅଗଷ୍ଟ ୨୦୧୫ରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ସେ ଜଣେ ପ୍ରଚାରକ ଏବଂ କୁରୁକ୍ଷେତ୍ରର ଗୁରୁକୁଳର ପ୍ରଧାନ ଶିକ୍ଷକ ଭାବେ କାମ କରିସାରିଛନ୍ତି । କାଲରାଜ ମିଶ୍ର ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା । ପ୍ରଥମ ମୋଦୀ ସରକାରରେ କାଲରଜ ଏମଏସଏମଇ ସ୍ୱତନ୍ତ୍ର ରାଜ୍ୟମନ୍ତ୍ରୀ ହୋଇଥିଲେ । ଉତ୍ତର ପ୍ରଦେଶର ଦେଓରିଆରୁ ୨୦୧୪-୧୯ ପର୍ୟ୍ୟନ୍ତ କାଲରାଜ ସାଂସଦ ହୋଇଥିଲେ । ଏହାପୂର୍ବରୁ ସେ ଉତ୍ତର ପ୍ରଦେଶରେ ବିଜେପି ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । କାଲରାଜ ରାଜ୍ୟସଭାର ସାଂସଦ ଏବଂ ପୂର୍ବ ଲକ୍ଷ୍ନୌ ବିଧାନସଭା ଆସନରୁ ବିଧାୟକ ମଧ୍ୟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 10 =